କୋଣାର୍କର ଜଗନ୍ନାଥ

ଉତ୍କଳୀୟ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ଏକ ବିଶେଷ ଭୂମିକା ରହିଛି । ସେ କେବଳ ଆମର ଆରାଧ୍ୟ ନୁହନ୍ତି, ଆମ ପରିବାରର ଅଂଶବିଶେଷ ମଧ୍ୟ । ଆମେ ଲଗାଇଥିବା ବୃକ୍ଷରେ ପ୍ରଥମ ଫଳ ହେଲେ ଏହା ତାଙ୍କୁ ଅର୍ପଣ କରାଯାଏ, ଆମର ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ପ୍ରଥମେ ତାଙ୍କୁ ନିମନ୍ତ୍ରଣ କରାଯାଏ । ତେଣୁ ଆମର ପୂର୍ବ ପୁରୁଷ ଯେତେବେଳେ କଳାର ଅନନ୍ୟ କୀର୍ତ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢ଼ିଥିଲେ, ସେଥିରେ ତାଙ୍କୁ ବା ବାଦ୍ ଦେଇଥାନ୍ତେ କିପରି ?
କୋଣାର୍କ ମନ୍ଦିରରେ ତିନୋଟି ଜଗନ୍ନାଥଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ । ଗୋଟିଏ କୋଣାର୍କ ମନ୍ଦିରର ଗାତ୍ରରେ ଓ ଅନ୍ୟ ଦୁଇଟି ମ୍ୟୁଜିୟମ୍ ରେ (ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ଓ କୋଣାର୍କର ASI ସଂଗ୍ରହାଳୟରେ) । ତିନୋଟି ମୂର୍ତ୍ତିରେ ଗଜପତି ଲାଙ୍ଗୁଳା ନରସିଂହ ଦେବ ଏକସଙ୍ଗେ ଶ୍ରୀଜଗନ୍ନାଥ, ଦେବୀ ଦୁର୍ଗା ଓ ଲିଙ୍ଗ ଆକାରରେ ସ୍ଥିତ ମହାଦେବଙ୍କୁ ମଥା ନତ କରି ପ୍ରଣାମ ଜଣାଉଛନ୍ତି । ଏହା ସେତେବେଳର ଉତ୍କଳୀୟ ସଂସ୍କୃତିରେ ବୈଷ୍ଣବ, ଶାକ୍ତ ଓ ଶୈବ – ଏ ତିନୋଟି ସମ୍ପ୍ରଦାୟର ମହତ୍ତ୍ୱ ତଥା ଏମାନଙ୍କ ବିଭେଦତା ମଧ୍ୟରେ ଏକତା ଓ ସମନ୍ଵୟର ବାର୍ତ୍ତା ଦେଇଥାଏ ।


Comments
So empty here ... leave a comment!