କୋଣାର୍କ ମନ୍ଦିରର ରୋଷ କୂପ

ପ୍ରାଚୀନ ମନ୍ଦିର ମାନଙ୍କରେ ମୁଖ୍ୟ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ନ ଭୋଗ ପ୍ରସ୍ତୁତି ନିମନ୍ତେ ରୋଷ କୂପ ରହୁଥିଲା ଯେଉଁଥିରୁ ଜଳ ସଂଗ୍ରହ କରାଯାଇ ରୋଷ ଘରେ ଭୋଗ ପ୍ରସ୍ତୁତି ହେଉଥିଲା । ଏହି ଜଳ ସଂଗ୍ରହ କାର୍ଯ୍ୟ ନିମିତ୍ତ ବହୁସଂଖ୍ୟକ ଗରା ବ୍ୟବହୃତ ହେଉଥିଲା ଯାହାକି ସଂଲଗ୍ନ ଚିତ୍ରଟିର ଉପର ଭାଗରେ ପ୍ରଦର୍ଶିତ । ଏହା ଏକାମ୍ର କ୍ଷେତ୍ର ଭୁବନେଶ୍ଵରର ଏକ ପ୍ରାଚୀନ ମନ୍ଦିରର ରୋଷ କୂପର ଦୃଶ୍ୟ । ଏହି କଳା ଧଳା ଚିତ୍ରରେ ସ୍ଥିତ ପାତ୍ର ମାନଙ୍କର ବ୍ଯବହାର ଶୈଳୀ ସ୍ପଷ୍ଟ ଭାବରେ ସୂଚୀତ କରେ ଯେ ଏକ ଅନୁରୂପ ପ୍ରଣାଳୀ ହୁଏତ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ମଧ୍ୟ ପ୍ରଚଳିତ ଥିଲା ଯାହା ନିମ୍ନସ୍ଥ ରଙ୍ଗୀନ ଚିତ୍ରରୁ ଅନୁମେୟ ।

ସଂଲଗ୍ନ ଚିତ୍ରଟିର ନିମ୍ନ ଭାଗରେ କୋଣାର୍କ ମନ୍ଦିରର ରୋଷ କୂପର ଦୃଶ୍ୟ ପ୍ରଦର୍ଶିତ ଯେଉଁଥିରେ ପଥୁରିଆ ଭୂମିରେ ହୋଇଥିବା ଗର୍ତ୍ତ ସବୁ ସମ୍ଭବତଃ ଜଳ ସଂଗ୍ରହ କାର୍ଯ୍ୟରେ ବ୍ୟବହୃତ ଗରା ଗୁଡ଼ିକର ଭାର ଦ୍ୱାରା ସୃଷ୍ଟ । ଏଥିରୁ ଏହା ମଧ୍ୟ ଅନୁମେୟ ଯେ ଏକଦା କୋଣାର୍କ ମନ୍ଦିରରେ ମୁଖ୍ୟ ସୂର୍ଯ୍ୟ ଦେବତାଙ୍କ ପାଇଁ ଅନେକ ବର୍ଷ ଧରି ଅନ୍ନ ଭୋଗ ପ୍ରସ୍ତୁତ ହେଉଥିଲା ଯାହାକି କୋଣାର୍କ ଅଧା ଗଢା ବା ଅସମ୍ପୂର୍ଣ୍ଣ ଥିବାର ମତକୁ ଭୁଲ ବୋଲି ପ୍ରମାଣିତ କରେ

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar