ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ

ଓଡ଼ିଆ ଭାଷା-ସାହିତ୍ୟର ପ୍ରଥମ ପର୍ଯ୍ୟାୟର ପ୍ରସିଦ୍ଧ ପ୍ରାବନ୍ଧିକଙ୍କ ମଧ୍ୟରେ ଗୋବିନ୍ଦ ତ୍ରିପାଠୀ ଅନ୍ୟତମ। ସେ ପ୍ରାୟ ଚାରି ଦଶନ୍ଧି ଲେଖନୀ ଚାଳନା କରିଥିଲେ। ତାଙ୍କ ପ୍ରବନ୍ଧ ରଚନା ଶୈଳୀ ଥିଲା ବ୍ୟଙ୍ଗାତ୍ମକ ଓ ସମାଲୋଚନାତ୍ମକ। ‘ବଟୁଆ’, ‘କଖାରୁ ଫୁଲ’, ‘ଆକାଶ କଇଁଆ’, ‘ଅରସିକ’, ‘ଛେନାଗୁଡ଼’, ‘ବୋମା’, ‘ଆମ୍ବ’, ‘କଦଳୀ’, ‘ଆମ ଗୋସେଇଁ’ ଆଦି ତାଙ୍କର ପ୍ରସିଦ୍ଧ ପ୍ରବନ୍ଧ ତାଲିକା ଅନ୍ତର୍ଭୁକ୍ତ। ଉପନ୍ୟାସ, ନାଟକ ଓ ଅନୁବାଦ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ଥିଲା। ସ˚ଗୀତ ପ୍ରତି ଥିଲା ବିଶେଷ ଆକର୍ଷଣ। ହାରମୋନିଅମ୍ ବାଦନରେ ସିଦ୍ଧହସ୍ତ ଥିଲେ। ଓଡ଼ିଶୀ, ଛାନ୍ଦ, ଚମ୍ପୁ ଆଦି ଗାଉଥିଲେ। ଆଉ ଏସବୁ ସରକାରୀ ଚାକିରି ସହ ସମାନ୍ତରାଳ ଭାବେ ଚାଲିଥିଲା। ୧୩ ମେ ୧୮୯୯ରେ ପୁରୀ ଜିଲ୍ଲା ତଡ଼ାସ (ରାମଚନ୍ଦ୍ରପୁର)ରେ ଜନ୍ମ ହୋଇଥିଲେ ଗୋବିନ୍ଦ। ଆଠଗଡ଼ରେ ତାଙ୍କର ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା। ସେ ପଟନା ବିଶ୍ବବିଦ୍ୟାଳୟରୁ ଇ˚ରେଜୀ ଭାଷା-ସାହିତ୍ୟରେ ସ୍ନାତକୋତ୍ତର (ପ୍ରଥମ ଶ୍ରେଣୀରେ ପ୍ରଥମ) ଉତ୍ତୀର୍ଣ୍ଣ ହେବା ପରେ ପ୍ରଶାସନିକ ଅଧିକାରୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ବିହାରର ଟାଟା ନଗର, ହଜାରୀବାଗ, ଦରଭଙ୍ଗା ଆଦି ସ୍ଥାନରେ ସେ କିଛି କିଛି କାଳ ଚାକିରି କରିଥିଲେ। ୧୯୬୨ ସେପ୍ଟେମ୍ବର୍ ୯ରେ ତାଙ୍କର ପରଲୋକ ହୋଇଥିଲା। ପ୍ରସିଦ୍ଧ ନାଟ୍ୟକାର, ନିର୍ଦେଶକ ଓ ଅଭିନେତା ବ୍ୟୋମକେଶ ତ୍ରିପାଠୀ ତାଙ୍କର ପୁତ୍ର।

Comments
So empty here ... leave a comment!