ବିଜୁ ପଟ୍ଟନାୟକଙ୍କ ପ୍ରିୟ ‘ରାଗ’

ଏକଦା ପ୍ରଖ୍ୟାତ ଗାୟକ ରାଧା ଗୋବିନ୍ଦ ପଟ୍ଟନାୟକ ଓ ପ୍ରଣବ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ କମ୍ପାନୀ କଳିଙ୍ଗ ଟ୍ୟୁବ୍ସରେ କାର୍ଯ୍ୟରତ ଥିଲେ । ସେତେବେଳେ ବିଜୁ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତି । କଳିଙ୍ଗ ଟ୍ୟୁବ୍ସରେ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ଯୋଗଦାନ କରିଥାନ୍ତି ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ଭୁବନେଶ୍ଵର ମିଶ୍ର, ରାଧା ଗୋବିନ୍ଦ ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ୍ ଓ ପାଞ୍ଚ ଜଣ ଆନୁଷଙ୍ଗିକ ବାଦକ ପ୍ରମୁହ । ଖୁବ୍ ସୁନ୍ଦର ଭାବେ ମଞ୍ଚ ପ୍ରସ୍ତୁତି ହୋଇଥାଏ ।

ବିଜୁ ବାବୁଙ୍କ ପ୍ରିୟ ରାଗ ଥିଲା ରାଗ ବାଗେଶ୍ରୀ । ସେ ବାଳକୃଷ୍ଣ ଦାଶଙ୍କୁ ଅନୁରୋଧ କରୁଥାଆନ୍ତି ରାଗ ବାଗେଶ୍ରୀ ଉପରେ ଗୀତଟିଏ ଉପସ୍ଥାପନ କରିବା ପାଇଁ । ବିଜୁ ବାବୁଙ୍କ ଅନୁରୋଧକୁ ରକ୍ଷା କରି ବାଳକୃଷ୍ଣ ବାବୁ ସେହି ରାଗ ଉପରେ ଗୀତଟିଏ ଉପସ୍ଥାପନ କରିଥିଲେ । ସନ୍ଧ୍ୟା ୭ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା ଯେଉଁଥିରେ ପ୍ରାୟ ଦଶରୁ ବାର ହଜାର ଶ୍ରୋତା ଅଂଶଗ୍ରହଣ କରିଥିଲେ । ବିଜୁ ବାବୁ କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଏଥିରୁ ତାଙ୍କର ଯେ ସଙ୍ଗୀତ ପ୍ରତି ଗଭୀର ଅନୁରାଗ ଥିଲା ତାହା ସ୍ପଷ୍ଟ ଭାବରେ ବାରି ହେଉଥିଲା ।

[ଉତ୍ସ : ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ‘ସ୍ବର ନିର୍ଝର’ କାର୍ଯ୍ୟକ୍ରମରେ ପ୍ରଣବ ପଟ୍ଟନାୟକଙ୍କ ଉକ୍ତି ।]

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar