ବ୍ୟୋମକେଶ ତ୍ରିପାଠୀ

ଆମ ସମୟର ଅନ୍ୟତମ ପ୍ରସିଦ୍ଧ ଅଭିନେତା-ନାଟ୍ୟକାର-ନିର୍ଦେଶକ ବ୍ୟୋମକେଶ ତ୍ରିପାଠୀ। ପ୍ରାୟ ଚାରି ଦଶନ୍ଧି ଧରି ସେ ନିଜ କ୍ଷେତ୍ର ଅର୍ଥାତ୍ ମଞ୍ଚ ଓ ଚଳଚ୍ଚିତ୍ର ଦୁନିଆରେ ସକ୍ରିୟ ଥିଲେ। ଶୈଶବରେ ସେ ର˚ଗମଞ୍ଚ ଓ ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇଥିଲେ। ଜଟଣୀର ‘ଉତ୍ତରାୟଣ କ୍ଲବ୍’ରେ ଆରମ୍ଭ ହୋଇଥିଲା, ତାଙ୍କର କଳାକାର ଜୀବନ। ରାମ ମାଣିଆ ଥିଲେ, ତାଙ୍କର ପ୍ରଥମ ଗୁରୁ। ତାହା ପରେ ବଲାଇ ବାନାର୍ଜୀ, ଅଶ୍ବିନୀ ଘୋଷ ଓ କାର୍ତ୍ତିକ ଘୋଷ ଆଦିଙ୍କ ସ˚ସ୍ପର୍ଶରେ ଆସି ତାଙ୍କର ଅଭିନେତା ଜୀବନ ପରିପୁଷ୍ଟ ହୋଇଥିଲା। ୧୯୫୮ରେ କଲକାତା ବିଶ୍ବବିଦ୍ୟାଳୟରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେ ଦିଲ୍ଲୀସ୍ଥିତ ‘ଏସିଆନ୍ ଥିଏଟର୍ ଇନ୍ସଟିଚ୍ୟୁଟ୍’ରେ ଯୋଗଦେଇଥିଲେ। ସେତେବେଳେ ସେଠାରେ କାମ କରୁଥିବା ଫ୍ରେନ୍ଚ ଓ ଇ˚ଲିସ୍ ପ୍ରଶିକ୍ଷକଙ୍କ ମାଧ୍ୟମରେ ମ˚ଚ କଳା ବାବଦରେ ନୂଆ ନୂଆ କଥା ଜାଣିବା ସହ ଜ୍ଞାନ ଆହରଣ କରିଥିଲେ। ଓଡ଼ିଶାର ର˚ଗମଞ୍ଚକୁ ସେ ଏକ ନୂଆ ଦିଗନ୍ତ ଦେଇଥିଲେ, ଯାହା ପାଶ୍ଚାତ୍ୟ ଶୈଳୀ ଦ୍ବାରା ପ୍ରଭାବିତ ଥିଲା। ଓଡ଼ିଶାର ମଞ୍ଚ ଦୁନିଆ ପୂର୍ବରୁ କେବେ ଦେଖି ନ ଥିବା ଅନେକ ନୂଆ ଜିନିଷ ବ୍ୟୋମକେଶଙ୍କ ମାଧ୍ୟମରେ ପ୍ରସାରିତ ହୋଇଥିଲା।
୧୯୫୯-୮୦ ମଧ୍ୟରେ ସେ ଗୁଡ଼ିଏ ନାଟକ ରଚନା କରିଥିଲେ। ତାଙ୍କର ପ୍ରତ୍ୟେକ ନାଟକ ଏକ ଏକ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବନାହିଁ। କେଉଁଟି ବ୍ୟଙ୍ଗାତ୍ମକ ତ କେଉଁଟି ବିଶ୍ଳେଷଣାତ୍ମକ। ତେବେ, ପ୍ରତ୍ୟେକଟି ଜୀବନ ସ˚ପର୍କିତ ସତ୍ୟ, ସଚ୍ଚୋଟତା ଓ ଶୁଦ୍ଧତାର ବାର୍ତ୍ତାବହ। ଦୁର୍ନୀତି, ବେଶ୍ୟାବୃତ୍ତି, ନାରୀ ସମସ୍ୟା, ଅନ୍ୟାୟ ଆଦି ସାମାଜିକ ବିଷୟ ସହ ସେ ନିଜ ନାଟକରେ ପୁରାଣ, କି˚ବଦନ୍ତି ଓ ଇତିହାସକୁ ମଧ୍ୟ ସ୍ଥାନ ଦେଇଥିଲେ। ତାଙ୍କର ନାଟକ ସମଗ୍ର ପାଞ୍ଚ ଖଣ୍ତ ବିଶିଷ୍ଟ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ। ସେ ଦୁଇଟି ଗ୍ରିକ୍ (‘କି˚ଗ୍ ଏଡିପସ୍’, ‘ଆନ୍ଟିଗନି’) ଏବ˚ ଗୋଟିଏ ସ˚ସ୍କୃତ ନାଟକ (ମୁଦ୍ରାରାକ୍ଷସ)ର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ। ‘ହେମ ହରିଣୀ’, ‘ଏକ ଦୁଇ ତିନି’, ‘ରଜ ମୁକୁତା’, ‘କ˚ସା କବାଟ’, ‘ସି˚ହଦ୍ବାର’, ‘ଜାଗରଣ’, ‘ତୋଳା କନିଆ’, ‘ସୁନା ଫରୁଆ’, ‘ଗୋପନ କଥା’ ଆଦି ତାଙ୍କ ଦ୍ବାରା ଲିଖିତ ପ୍ରସିଦ୍ଧ ନାଟକ। ବ୍ୟୋମକେଶ ମୋଟ ଅଠଷଠିଟି ନାଟକର ନିର୍ଦେଶନା ଦେଇଥିଲେ। ତାଙ୍କୁ ସତ୍ୟଜିତ ରାୟଙ୍କ ସହ ତୁଳନା କରାଯାଏ।
ତାଙ୍କ ପିତା ଗୋବିନ୍ଦ ତ୍ରିପାଠୀ ଥିଲେ ସାହିତ୍ୟିକ। ମାତାଙ୍କ ନାମ ସତୀଦେବୀ। ୧୯ ଜାନୁଆରି ୧୯୨୯ରେ ବ୍ୟୋମକେଶ ଜନ୍ମ ହୋଇଥିଲେ। ୧୦ ମେ ୧୯୯୭ରେ ପୁରୀରେ ତାଙ୍କର ପରଲୋକ ହୋଇଥିଲା। ‘ମମତା’, ‘ଘର ସ˚ସାର’, ‘କା’, ‘ଅଭିଳାଷ’, ‘ମୁକ୍ତି’ ଆଦି ସେ ଅଭିନୟ କରିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର। ୧୯୯୩ରେ ତାଙ୍କୁ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Comments
So empty here ... leave a comment!