କଳା ଓ ସ୍ଥାପତ୍ୟ

କିପରି ଥିଲା କୋଣାର୍କ ମନ୍ଦିରର ମୁଖ୍ୟ ବିଗ୍ରହଙ୍କ ରୂପରେଖ ?

ବରିଷ୍ଠ ତଥା ଅଗ୍ରଗଣ୍ୟ କବି ଶୈଳଜ ରବିଙ୍କ ଭାଷାରେ – “କୋଣାର୍କ କହିଲେ କଣ ବୁଝାଯାଏ ଖାଲି ଶୃଙ୍ଗାର ଓ ରତି କାମନା ଅଭିପ୍ସା ! × × × × × × ଯେଉଁଠି ଇନ୍ଦ୍ରିୟ ଦେଇ ସବୁ ବୁଝି ହୁଏ ହେଲେ, ସବୁକିଛି ନିର୍ବେଦ, ନିଶ୍ଚଳ × × × × × × କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ତଥା ସୋନ୍ଦର୍ଯ୍ୟକୁ ଆକଳନ କରିବାକୁ ହେଲେ ଚର୍ମ ଚକ୍ଷୁ ତଥା ଇନ୍ଦ୍ରିୟ ସମୂହର… read more »

ଅନ୍ତଃପୁରରେ ଗଜପତି ଲାଙ୍ଗୁଳା ନରସିଂହ ଦେବ

ଗଜପତି ଲାଙ୍ଗୁଳା ନରସିଂହ ଦେବ ଅନ୍ତଃପୁରରେ ଏକ ଦୋଳିରେ ଦୋଳାୟମାନ । ଏଠାରେ ମଧ୍ୟ ଗଜପତି ନିଜ କୋଳରେ ଏକ ଖଡ୍ଗ ରଖିଛନ୍ତି ଯାହାକି ତାଙ୍କ ପ୍ରତି ଥିବା ଆକ୍ରମଣର ବିପଦକୁ ଦର୍ଶାଉଛି ଏବଂ ଗଜପତିଙ୍କର ଏଥିପ୍ରତି ଥିବା ସତର୍କତାମୂଳକ ପଦକ୍ଷେପ ମଧ୍ୟ ପରିଲକ୍ଷିତ ହେଉଛି । ଗଜପତି ଦୋଳାୟମାନ ହେଉଥିବା ଦୋଳିର ଖମ୍ବ ଦ୍ୱୟର ଅଗ ମକରାକୃତି ଏବଂ ସେ ମଧ୍ୟ ମକର କୁଣ୍ଡଳ ଧାରଣ କରିଛନ୍ତି । ଏଥିରୁ ମକର ଆକୃତିର ମଙ୍ଗଳ ସୂଚକ… read more »

କୋଣାର୍କର ଜଗନ୍ନାଥ

ଉତ୍କଳୀୟ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ଏକ ବିଶେଷ ଭୂମିକା ରହିଛି । ସେ କେବଳ ଆମର ଆରାଧ୍ୟ ନୁହନ୍ତି, ଆମ ପରିବାରର ଅଂଶବିଶେଷ ମଧ୍ୟ । ଆମେ ଲଗାଇଥିବା ବୃକ୍ଷରେ ପ୍ରଥମ ଫଳ ହେଲେ ଏହା ତାଙ୍କୁ ଅର୍ପଣ କରାଯାଏ, ଆମର ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ପ୍ରଥମେ ତାଙ୍କୁ ନିମନ୍ତ୍ରଣ କରାଯାଏ । ତେଣୁ ଆମର ପୂର୍ବ ପୁରୁଷ ଯେତେବେଳେ କଳାର ଅନନ୍ୟ କୀର୍ତ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢ଼ିଥିଲେ, ସେଥିରେ ତାଙ୍କୁ ବା… read more »

କୋଣାର୍କ ସୂର୍ଯ୍ୟ ମନ୍ଦିରର ରେବନ୍ତ

ଏକଦା ବିଶ୍ଵକର୍ମାଙ୍କ କନ୍ୟା ତଥା ସୂର୍ଯ୍ୟ ଦେବଙ୍କର ପତ୍ନୀ ସଂଜ୍ଞା ସୂର୍ଯ୍ୟଙ୍କର ପ୍ରଖର ତେଜକୁ ସହି ନପାରି ସୂର୍ଯ୍ୟଙ୍କର ପତ୍ନୀ ଭାବରେ ନିଜ ସ୍ଥାନରେ ନିଜର ପ୍ରତିରୂପ ଛାୟାଙ୍କୁ ରଖି ତପସ୍ୟା କରିବା ନିମନ୍ତେ ଏକ ଘୋଟିକା ରୂପରେ ବନ ମଧ୍ୟକୁ ପ୍ରସ୍ଥାନ କଲେ । ଏଣେ ସୂର୍ଯ୍ୟ ଯେତେବେଳେ ଜାଣିବାକୁ ପାଇଲେ ଯେ ଛାୟା ପ୍ରକୃତ ସଂଜ୍ଞା ନୁହନ୍ତି ସେତେବେଳେ ସେ ସଂଜ୍ଞାଙ୍କୁ ଖୋଜି ଖୋଜି ତାଙ୍କୁ ଉତ୍ତର କୁରୁ ବନ ମଧ୍ୟରେ ପାଇଲେ ।… read more »

କୋଣାର୍କ ମନ୍ଦିରର ରୋଷ କୂପ

ପ୍ରାଚୀନ ମନ୍ଦିର ମାନଙ୍କରେ ମୁଖ୍ୟ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ନ ଭୋଗ ପ୍ରସ୍ତୁତି ନିମନ୍ତେ ରୋଷ କୂପ ରହୁଥିଲା ଯେଉଁଥିରୁ ଜଳ ସଂଗ୍ରହ କରାଯାଇ ରୋଷ ଘରେ ଭୋଗ ପ୍ରସ୍ତୁତି ହେଉଥିଲା । ଏହି ଜଳ ସଂଗ୍ରହ କାର୍ଯ୍ୟ ନିମିତ୍ତ ବହୁସଂଖ୍ୟକ ଗରା ବ୍ୟବହୃତ ହେଉଥିଲା ଯାହାକି ସଂଲଗ୍ନ ଚିତ୍ରଟିର ଉପର ଭାଗରେ ପ୍ରଦର୍ଶିତ । ଏହା ଏକାମ୍ର କ୍ଷେତ୍ର ଭୁବନେଶ୍ଵରର ଏକ ପ୍ରାଚୀନ ମନ୍ଦିରର ରୋଷ କୂପର ଦୃଶ୍ୟ । ଏହି କଳା ଧଳା ଚିତ୍ରରେ… read more »

ଓଡ଼ିଶାର ପ୍ରାଚୀନ ନୌ-ପରମ୍ପରା ଓ କୋଣାର୍କ

ପ୍ରାଚୀନ ଓଡ଼ିଶା ଏହାର ନୌବାଣିଜ୍ୟ ନିମନ୍ତେ ବିଶ୍ୱ ପ୍ରସିଦ୍ଧ ଥିଲା । ଓଡ଼ିଶାର ସାଧବପୁଅ ମାନେ ଅତୀତରେ ସୁଦୂର ଜାଭା, ସୁମାତ୍ରା, ବାଲି ଦ୍ଵୀପ ଆଦି ସ୍ଥାନକୁ ସମୁଦ୍ର ପଥରେ ଯାଇ, ବାଣିଜ୍ୟ କରି, ଧନରତ୍ନ ଧରି ପୁନଶ୍ଚ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଓଡ଼ିଶାର ପ୍ରାଚୀନ ମନ୍ଦିର ମାନଙ୍କରେ ତଥା ରାଜ୍ୟ ସଂଗ୍ରହାଳୟରେ ଏ ସମ୍ବନ୍ଧିତ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ଓଡ଼ିଆ ଶିଳ୍ପକଳାର ଉତ୍କୃଷ୍ଟତାର ପ୍ରତୀକ – କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଏ… read more »

କୋଣାର୍କ ସୂର୍ଯ୍ୟ ମନ୍ଦିର, ଦଶାବତାର ଓ ବୁଦ୍ଧ

  ଅବଶିଷ୍ଟ ଭାରତ ପରି ଉତ୍କଳୀୟ ଶିଳ୍ପକଳାରେ ମଧ୍ୟ ଦଶାବତାର ମୂର୍ତ୍ତିର ପରିକଳ୍ପନା କରାଯାଇଛି । ଏହି ଦଶାବତାର ମୂର୍ତ୍ତି ୧୨ଶ ଶତାବ୍ଦୀରେ ରଚିତ ଶ୍ରୀଜୟଦେବଙ୍କ ଶ୍ରୀଗୀତଗୋବିନ୍ଦର ବର୍ଣ୍ଣନା ସହିତ ସାମ୍ୟତା ରଖେ ଯାହା ନିମ୍ନରେ ପ୍ରଦତ୍ତ । ଯଥା – ମୀନ (ମତ୍ସ୍ୟ), କଚ୍ଛପ (କୂର୍ମ), ସୂକର (ବରାହ), ନରହରି (ନରସିଂହ), ବାମନ, ଭୃଗୁପତି (ପରଶୁରାମ), ରାମ, ହଳଧର (ବଳରାମ), ବୁଦ୍ଧ ଏବଂ କଳ୍କୀ ।। ତେବେ ସମ୍ଭବତଃ ୧୨ଶ ଶତାବ୍ଦୀ ପୂର୍ବରୁ ମଧ୍ୟ ଉତ୍କଳୀୟ… read more »

ଉଦୟଗିରି ଓ ଖଣ୍ଡଗିରିର ଗଣେଶ ମୂର୍ତ୍ତି

ଭାରତୀୟ ଐତିହ୍ୟ, ସ୍ଥାପତ୍ୟ ଓ ପରମ୍ପରାରେ ଶ୍ରୀଗଣେଶଙ୍କର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ରହିଅଛି। ଆମ ଓଡିଶା ବା ଏଥିରୁ ବାଦ୍ ପଡନ୍ତା କିପରି? ପୂରୀର ଶ୍ରୀମନ୍ଦିର ହେଉ ଅବା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସବୁଠି ଆପଣ ଗଣେଶଙ୍କ ବିଭିନ୍ନ ପ୍ରକାରର ମୂର୍ତ୍ତି ଦେଖିବାକୁ ପାଇବେ ଯାହାକି ବିଭିନ୍ନ ପୌରାଣିକ ତଥା କିମ୍ବଦନ୍ତୀ ବା ଐତିହାସିକ ଘଟଣାବଳୀକୁ ସ୍ମରଣ କରାଇଦେଇଥାଏ। ତେବେ ଆପଣ କେବେ ଭାବିଛନ୍ତି କି ଜୈନ ଉପାସନାର ସ୍ମୃତିକୁ ବହନ କରୁଥିବା ପୀଠ ଭୁବନେଶ୍ୱର ନିକଟସ୍ଥ… read more »

Sidebar