ପର୍ଯ୍ୟଟନ

ଓଡ଼ିଶାରେ ଅନେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମାନ ରହିଛି ଯେପରିକି ପୁରୀ, ଭୁବନେଶ୍ୱର, କୋଣାର୍କ, ଚିଲିକା, ଲଳିତଗିରି, ରତ୍ନଗିରି, ଉଦୟଗିରି ଭଳି ଜନପ୍ରିୟ ସ୍ଥଳୀ ଠାରୁ ଆରମ୍ଭ କରି କୋରାପୁଟର ସବୁଜିମାପୂର୍ଣ୍ଣ ସ୍ଥାନ, ତାଳସାରି ବେଳାଭୂମି ଓ ଦାରିଙ୍ଗବାଡି ଶୈଳ ନିବାସ ପର୍ଯ୍ୟନ୍ତ । ତୀର୍ଥକ୍ଷେତ୍ର ହେଉ ଅଥବା ଅଧୁନିକ ଗନ୍ତବ୍ୟସ୍ଥଳୀ, ପ୍ରାକୃତିକ ପରିବେଶରେ ସ୍ଥିତ ବିଶ୍ରାମସ୍ଥଳୀ ହେଉ ଅଥବା ଅଭୟାରଣ୍ୟ, ଆପଣଙ୍କର ସମସ୍ତ ପର୍ଯ୍ୟଟନ ଲକ୍ଷ୍ୟର ପୂର୍ତ୍ତି ନିମନ୍ତେ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ସକ୍ଷମ । ଏଠାରେ ଆପଣ ସେହିସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସହିତ ସେଠାକୁ ଯିବା ନିମନ୍ତେ ଆପଣଙ୍କୁ ସାହାଯ୍ୟ କରିପାରୁଥିବା ବିଭିନ୍ନ ପର୍ଯ୍ୟଟନ ସଂସ୍ଥା ଗୁଡିକ ବିଷୟରେ ମଧ୍ୟ ସବିଶେଷ ବିବରଣୀ ପାଇ ପାରିବେ ।

Sidebar