ଅନ୍ୟାନ୍ୟ

ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଜ୍ ପ୍ୟାରେ’ ମଧ୍ୟରୁ ଅନ୍ୟତମ – ଶ୍ରୀକ୍ଷେତ୍ର ପୁରୀର ଭାଇ ହିମ୍ମତ ସିଂହ

ସେଦିନ ଥିଲା ୧୬୯୯ ମସିହା ଏପ୍ରିଲ ମାସ ୧୩ ତାରିଖ ବୈଶାଖୀର ତିଥି । ପଞ୍ଜାବର ଆନନ୍ଦପୁର ଠାରେ ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ଡ଼ାକରାରେ ସନାତନ ଧର୍ମର ରକ୍ଷା ନିମନ୍ତେ ଖାଲସା ପନ୍ଥର ସ୍ଥାପନା ନିମିତ୍ତ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥାଏ । ଗୁରୁ ଗୋବିନ୍ଦ ସିଂହ ହାତରେ ଉନ୍ମୁକ୍ତ ଖଡ୍ଗଟିଏ ଧାରଣ କରି ହଠାତ୍ ଏକ ଘୋଷଣା କଲେ ଯେ ମା ଭଗବତୀଙ୍କ ପ୍ରିତ୍ୟାର୍ଥେ ତାଙ୍କର ଏକ ବଳି ଦରକାର ।… read more »

ଭୈରବ ମହାନ୍ତି

ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର କ୍ରୀଡ଼ା ଜଗତ୍‌ର ‘ଧର୍ମପିତା’ କହାଯାଏ। ଆମ ରାଜ୍ୟର ଖେଳ ଦୁନିଆରେ ତାଙ୍କୁ ଜଣେ ବ୍ୟକ୍ତି ନୁହେଁ, ଅନୁଷ୍ଠାନ ରୂପେ ବିଚାର କରାଯାଏ। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ବଳରେ କ୍ରୀଡ଼ାର ଉନ୍ନତି ଓ ଅଗ୍ରଗତି ହୋଇଥିଲା। ସେ ଥିଲେ ଏକଧାରରେ ରାଜନୀତିଜ୍ଞ, ସାମ୍ବାଦିକ, ଖେଳାଳି ଓ ଖେଳ ସ˚ଗଠକ। ଆଜୀବନ ଖେଳର ବିକାଶ ଓ ପ୍ରଚାର-ପ୍ରସାର ପାଇଁ କାର୍ଯ୍ୟ କରିଥିଲେ।… read more »

‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ। ତାଙ୍କ ଦ୍ବାରା ପ୍ରକାଶିତ-ସ˚ପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର। ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର। ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ବ ଦେଇଥିଲା। ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ। ଭାଷା ସୁରକ୍ଷା ଆନ୍ଦୋଳନ କାଳରେ ‘ଉତ୍କଳ ଦୀପିକା’… read more »

ପ୍ରଫେସର୍‌ ତ୍ରିବିକ୍ରମ ପତି

ପ୍ରସିଦ୍ଧ ଇଲାହାବାଦ ବିଶ୍ବବିଦ୍ୟାଳୟର କୁଳପତି ପଦ ଅଳ˚କୃତ କରିଥିବା ପ୍ରଥମ ଓଡ଼ିଆ ହେଉଛନ୍ତି ପ୍ରଫେସର‌୍‌ ତ୍ରିବିକ୍ରମ ପତି। କଟକ ସହରରେ ଜନ୍ମ ହୋଇଥିବା ଏହି ଗଣିତ ବିଶାରଦଙ୍କ ଏକ ପରିଚୟ ହେଉଛି ସେ ‘ଉତ୍କଳମଣି’ ଗୋପବନ୍ଧୁଙ୍କ ନାତି। ଶୈଶବରୁ ସେ ଥିଲେ ଅତି ମେଧାବୀ। ମାତ୍ର ଚବିଶ ବର୍ଷ ବୟସରେ ଇଲାହାବାଦ ବିଶ୍ବବିଦ୍ୟାଳୟରୁ ଡକ୍‌ଟରେଟ୍‌ ଇନ୍‌ ଫିଲୋସଫି ଉପାଧି ପାଇଥିଲେ। ପୁଣି ସେ ହେଉଛନ୍ତି ଡକ୍‌ଟର‌୍‌ ଅଫ୍‌ ସାଇନ୍‌ସ ଉପାଧି ଲାଭ କରିଥିବା ଏହି ବିଶ୍ବବିଦ୍ୟାଳୟର କନିଷ୍ଠତମ… read more »

ସାମନ୍ତ ଚନ୍ଦ୍ରଶେଖର

ଆଧୁନିକ ଶିକ୍ଷା ତଥା ଯନ୍ତ୍ର-ପାତି ବିନା ସୂକ୍ଷ୍ମ ବୈଜ୍ଞାନିକ ତଥ୍ୟ ପ୍ରଦାନ କରି ସମଗ୍ର ବିଶ୍ବକୁ ଚମତ୍କୃତ କରିଥିବା ବିଜ୍ଞାନୀ ହେଉଛନ୍ତି ସାମନ୍ତ ଚନ୍ଦ୍ରଶେଖର (ଅନ୍ୟ ନାମ ପଠାଣି ସାମନ୍ତ)। ଶିବଙ୍କ ପ୍ରସାଦରୁ ଜନ୍ମ ହୋଇଥିବାରୁ, ନାମ ରଖାଯାଇଥିଲା ଚନ୍ଦ୍ରଶେଖର। ଜନ୍ମ ପରେ ତାଙ୍କୁ ଜଣେ ପଠାଣଙ୍କୁ ବିକିଦିଆଯାଇଥିଲା। ସେତେ ବେଳେ ଅନ୍ୟ ଜାତିରେ ବିକିଦେଲେ ଯମ ଛୁଅନ୍ତିନାହିଁ ବୋଲି ବିଶ୍ବାସ ପ୍ରଚଳିତ ଥିଲା। ତେଣୁ, ତାଙ୍କୁ ଡକାଗଲା ପଠାଣି; ଏବ˚ ପଠାଣିରୁ ପଠାଣି ସାମନ୍ତ। ସେ… read more »

‘ଦାରୁଦେବତା’ର ସ୍ରଷ୍ଟା: ଡ. ବେଣୀମାଧବ ପାଢ଼ୀ

ଏକ ସମୟରେ ‘ବଡ଼ ଠାକୁର’ ଶ୍ରୀଜଗନ୍ନାଥ ବୌଦ୍ଧ, ଜୈନ, ବୈଷ୍ଣବ ତଥା ଶାକ୍ତ ଭାବେ ଅଭିହିତ ହେଉଥିଲେ। ୧୯୬୦ରେ ଏକ ଗବେଷଣାତ୍ମକ ସ˚ଦର୍ଭ ମାଧ୍ୟମରେ ତାଙ୍କୁ ଶବର ଦେବତା ବୋଲି ପ୍ରମାଣ କରିଥିଲେ ଜଣେ ଓଡ଼ିଆ ଗବେଷକ। ଅବିଳମ୍ବେ ତାଙ୍କ ଗବେଷଣାକୁ ନେଇ ବୁଦ୍ଧିଜୀବୀ ମହଲରେ ବିତର୍କ ଆରମ୍ଭ ହୋଇଥିଲା। ଏହାର ଫଳାଫଳ ଶେଷରେ ଗବେଷକଙ୍କ ସପକ୍ଷରେ ଯାଇଥିଲା। ତାଙ୍କ ଅକାଟ୍ୟ ଯୁକ୍ତି ଶ୍ରୀଜଗନ୍ନାଥଙ୍କୁ ‘ଶବର ଦେବତା’ ପ୍ରମାଣିତ କରିଥିଲା। ଉକ୍ତ ସ˚ଦର୍ଭର ନାମ ‘ଦାରୁଦେବତା’ ଏବ˚… read more »

‘ପଦ୍ମ ଶ୍ରୀ’ ସତ୍ୟନାରାୟଣ ରାଜଗୁରୁ

ଯେଉଁମାନଙ୍କ ପାଇଁ ପାରଳାଖେମୁଣ୍ତି ମାଟି ଗର୍ବିତ, ସେମାନଙ୍କ ମଧ୍ୟରେ ‘ପଦ୍ମ ଶ୍ରୀ’ ଡକ୍‌ଟର‌୍‌ ସତ୍ୟନାରାୟଣ ରାଜଗୁରୁ ଅନ୍ୟତମ। ସେ ଥିଲେ ଏକଧାରରେ ଶିକ୍ଷକ, ଐତିହାସିକ, ଗବେଷକ, ପ୍ରତ୍ନତତ୍ତ୍ବ ବିଶାରଦ, ସାହିତ୍ୟିକ ଓ ବ୍ୟବସାୟୀ। ଜଣେ ଶିକ୍ଷକ-ଗବେଷକ, ବ୍ୟବସାୟ କରିଥିବା କଥା ପଢ଼ିଲେ, ବିସ୍ମୟ ସୃଷ୍ଟି ହୋଇପାରେ। ହଁ, ଜୀବନର ଏକ ସମୟରେ ସେ ଧାନ-ଚାଉଳ ବ୍ୟବସାୟ ସହ ସଂପୃକ୍ତ ଥିଲେ। ଏ ସ˚ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପ୍ରସିଦ୍ଧ ଆତ୍ମଚରିତ ‘ମୋ ଜୀବନ ସ˚ଗ୍ରାମ’ ପାଠ… read more »

ବିନୋଦ କାନୁନ୍‌ଗୋ

ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କହାଯାଇପାରିବନାହିଁ। ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ। ଏଥି ପାଇଁ ଲୋଡ଼ା ମିଳିତ ଉଦ୍ୟମ ସଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ। ଆଉ ଏସବୁର ଅଭାବ ସତ୍ତ୍ବେ ଏ ଭଳି ଜଣେ ଓଡ଼ିଆ ଥିଲେ, ଯିଏ ସ˚ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ। ସେ ହେଉଛନ୍ତି ଜ୍ଞାନପ୍ରଦୀପ ବିନୋଦ କାନୁନ୍‌ଗୋ।… read more »

ନାରାୟଣ ପ୍ରସାଦ ସି˚ହ

ପ୍ରାୟ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜର ମିଠା ମିଠା ଗୀତ ମାଧ୍ୟମରେ ବାନ୍ଧିରଖିଥିଲେ, ଗୀତିକବି ‘ରସରାଜ’ ନାରାୟଣ ପ୍ରସାଦ ସି˚ହ। ୧୯୩୩ ମେ ୨୮ରେ କଟକ ଜିଲ୍ଲା ଅସୁରେଶ୍ବର ଅନ୍ତର୍ଗତ କୋଇଲରେ ସେ ଜନ୍ମ ହୋଇଥିଲେ। ପିତା ଓ ମାତାଙ୍କ ନାମ ଥିଲା ବିହାରୀ ଲାଲ ସି˚ହ ଏବ˚ ସରୋଜିନୀ ଦେବୀ। ଅସୁରେଶ୍ବର ସ୍କୁଲ୍‌ରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ, କବିତା ଲେଖିବା ଆରମ୍ଭ… read more »

ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ

ଓଡ଼ିଆ ସ˚ଗୀତ ଦୁନିଆରେ ଗୁରୁକୃଷ୍ଣ ଗୋସ୍ବାମୀ ଏକ ସୁପରିଚିତ ନାମ। ଜଣେ ସଫଳ ଗୀତିକାର ଭାବେ ସେ ଜଣାଶୁଣା। ତାଙ୍କ ନାମ ଶୁଣିବା କ୍ଷଣି ମନେପଡ଼େ ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମ ସ˚ଗୀତ- ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ..’(ଗପ ହେଲେ ବି ସତ), ‘ଫୁଲେଇ ରାଣୀ ସଜ ଫୁଲ..’(କିଏ କାହାର), ‘ଏ ବନର ଛାଇ..’(ଗପ ହେଲେ ବି ସତ), ‘ତୁମକୁ ପାରୁନି ତ ଭୁଲି..’(ଅରୁନ୍ଧତୀ), ‘ମୁଁ ଖୋଜିବୁଲେ ଯାରେ..’(ଅଗ୍ନି ପରୀକ୍ଷା), ‘ଅନ୍ତରେ କାନ୍ଦେ… read more »

Sidebar