ରାଜନୀତିଜ୍ଞ

ନନ୍ଦିନୀ ଶତପଥୀ

ଓଡ଼ିଶାର ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ମହିଳା ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀ ଶୈଶବରୁ ଥିଲେ ସ୍ବାଭିମାନୀ ଓ ସ୍ବାଧୀନଚେତା। ପିତା ପ୍ରସିଦ୍ଧ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ମାତା ରତ୍ନମଣି ଦେବୀ। କହାଯାଏ, ତାଙ୍କ ମାତା ବ୍ରହ୍ମଗିରିର ଭୀମେଶ୍ବର ମହାଦେବଙ୍କୁ ନିଷ୍ଠାର ସହ ପୂଜା-ଆରାଧନା କରି କନ୍ୟା-ରତ୍ନ ଲାଭକରିଥିଲେ। ବିଛା ରାଶିରେ ଜନ୍ମ ହୋଇଥିବାରୁ, ଜାତକ ନାମ ଥିଲା ନର୍ମଦା। ପିତା, ନାମ ରଖିଥିଲେ ନନ୍ଦିନୀ। ଶ୍ରଦ୍ଧାରେ ସମସ୍ତେ ଡାକୁଥିଲେ- କୁନି। କାଳିନ୍ଦୀଚରଣଙ୍କ ଉପଯୁକ୍ତ… read more »

ବିଶ୍ବନାଥ ଦାସ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବୃନ୍ଦଙ୍କ ମଧ୍ୟରେ ଜଣେ ଥିଲେ ଗଞ୍ଜାମର ବିଶ୍ବନାଥ ଦାସ। ଉତ୍କଳ ପ୍ରଦେଶ ଗଠନ ପରେ ସେ ଏହାର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ ତଥା ପରବର୍ତ୍ତୀ କାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ବିଶ୍ବନାଥ ଥିଲେ ଉଚ୍ଚଶିକ୍ଷିତ। ଚାହିଁଥିଲେ, ସରକାରୀ ଚାକିରି କରିପାରିଥାଆନ୍ତେ। ତେବେ, ସ୍ବାଧୀନଚେତା ଥିବାରୁ ବ୍ରହ୍ମପୁରରେ ଓକିଲ ଭାବେ ଆରମ୍ଭ କରିଥିଲେ କର୍ମମୟ ଜୀବନ। ସେ ନିଜ ସମୟର ସୁପ୍ରସିଦ୍ଧ ଓଡ଼ିଆ ରାଜନୈତିକ ବ୍ୟକ୍ତିତ୍ବ। ଉତ୍କଳ… read more »

ଜନନାୟକ ନୀଳମଣି ରାଉତରାୟ

ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ସକ୍ରିୟ ମଙ୍ଗୁଆଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଏବ˚ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚାଇବା ପାଇଁ ନିଷ୍ଠାପର ଉଦ୍ୟମ କରିଥିବା ରାଜନେତାଙ୍କ ମଧ୍ୟରେ ନୀଳମଣି ରାଉତରାୟ ଅନ୍ୟତମ। ଓଡ଼ିଶା ତଥା ଓଡ଼ିଆ ଜାତିର ସେବା ଥିଲା, ତାଙ୍କ ଜୀବନର ଏକମାତ୍ର ବ୍ରତ। ଆଲୋଚକ ଡ. ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଭାଷାରେ ନିର୍ଭୀକ ଛାତ୍ରନେତା ଓ ଅମାୟିକ ଜନନାୟକ ନୀଳମଣି ରାଉତରାୟ ଥିଲେ ଓଡ଼ିଶା ରାଜନୀତିର ଶେଷସ୍ତମ୍ଭ ଓ… read more »

ଚିନ୍ତାମଣି ପାଣିଗ୍ରାହୀ

ଚିନ୍ତାମଣି ପାଣିଗ୍ରାହୀ ଥିଲେ ଏକଧାରରେ ସ୍ବାଧୀନତା ସ˚ଗ୍ରାମୀ, ରାଜନେତା, ସ˚ଗଠକ, ସ˚ପାଦକ ଓ ସୁଲେଖକ। ସାହିତ୍ୟିକ କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ, ତାଙ୍କର ଦଦେଇ ପୁଅ ଭାଇ। ଅର୍ଥାତ୍‌, ନନ୍ଦିନୀ ଶତପଥୀ ତାଙ୍କର ଝିଆରୀ। ୧୯୨୨ ମାର୍ଚ‌୍‌ ୨୨ରେ ବାଲିପାଟଣା ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମରେ ଚିନ୍ତାମଣି ଜନ୍ମ ହୋଇଥିଲେ। ପିତା-ମାତାଙ୍କ ନାମ ଯଥାକ୍ରମେ ଗୋପୀନାଥ ଓ ଗେହ୍ଲୀ ଦେବୀ। ରାଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ରେ ଛାତ୍ର ଥିବା ବେଳେ ତାଙ୍କର ସ˚ଗଠକ ଜୀବନ… read more »

ନିତ୍ୟାନନ୍ଦ କାନୁନ୍‌ଗୋ

ସ୍ବାଧୀନତା ସ˚ଗ୍ରାମୀ ନିତ୍ୟାନନ୍ଦ କାନୁନ୍‌ଗୋ ସ୍ବାଧୀନତା ପରବର୍ତ୍ତୀ କାଳରେ ରାଜନୀତିରେ ସକ୍ରିୟ ରହି କେନ୍ଦ୍ର ମନ୍ତ୍ରୀ ତଥା ବିହାର ଓ ଗୁଜରାତର ରାଜ୍ୟପାଳ ହୋଇପାରିଥିଲେ। ସେ ବିହାରର ରାଜ୍ୟପାଳ ଥିବା ବେଳେ ଜାପାନର ବୌଦ୍ଧ ଗୁରୁ ଫୁଜି, ଭାରତ ଭ୍ରମଣରେ ଆସି ବିହାରରେ କିଛି କାଳ ରହିଥିଲେ। ସେହି ସମୟରେ ନିତ୍ୟାନନ୍ଦଙ୍କ ସହ ତାଙ୍କର ଔପଚାରିକ ସାକ୍ଷାତ୍‌ ହୋଇଥିଲା। ଉକ୍ତ ସାକ୍ଷାତ୍‌ ଅବସରରେ ଓଡ଼ିଶାର ମହାନ୍‌ ଅତୀତ, ଧାର୍ମିକ-ସା˚ସ୍କୃତିକ-ସାମାଜିକ ପର˚ପରା, କଳିଙ୍ଗ ଯୁଦ୍ଧ, ସମ୍ରାଟ୍‌ ଅଶୋକଙ୍କ ବୌଦ୍ଧ… read more »

ଡ଼ଃ ଶ୍ରଦ୍ଧାକର ସୂପକାର

ଶ୍ରଦ୍ଧାକର ସୂପକାର ଏକାଧାରରେ ଜଣେ ଗାନ୍ଧିବାଦୀ ରାଜନେତା, ଶିକ୍ଷାବିତ୍‍, ସମାଜସେବୀ, ଆଇନଜୀବୀ, ସାମ୍ବାଦିକ ଏବଂ କଥାକାର ଥିଲେ । ସେ ୧୯୧୪ ମସିହା ଏପ୍ରିଲ ୮ ତାରିଖରେ ତାଙ୍କ ପିତା ଜନାର୍ଦ୍ଧନ ସୂପକାର ଓ ମାତା ତ୍ରିବେଣୀ ଦେବୀଙ୍କ ଔରସରୁ ସମ୍ବଲପୁର ଜିଲ୍ଲାର ଝାରୁଆପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଜଣେ କୃତିଛାତ୍ର ଭାବେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଗଣିତରେ ସମ୍ମାନ ସହ ସ୍ନାତକ ଏବଂ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ପରବର୍ତ୍ତୀ… read more »

Sidebar