ଶିଳ୍ପୀ ଓ କଳାକାର

‘ପଦ୍ମ ଶ୍ରୀ’ ଗୁରୁ ଗଙ୍ଗାଧର ପ୍ରଧାନ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ ଅନ୍ତର୍ଗତ ପାରିକୂଳ ଗ୍ରାମରେ ୧୯୪୮ ଜୁଲାଇ ୧୦ରେ ଜନ୍ମ ହୋଇଥିଲେ ‘ପଦ୍ମ ଶ୍ରୀ’ ଉପାଧିପ୍ରାପ୍ତ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନ। ଶୈଶବରେ ଶାରୀରିକ ଅସୁସ୍ଥତା (କାନ୍ଦୁ ନ ଥିଲେ କି ଠିକ୍‌ରେ ଚଳ-ପ୍ରଚଳ ହୋଇପାରୁ ନ ଥିଲେ) ମଧ୍ୟରେ ରହୁଥିବାରୁ ପିତା ମୁରଲୀଧର ପ୍ରଧାନ ଓ ମାତା ଦ୍ୱିତୀକା ଦେବୀ ତାଙ୍କୁ ନିକଟସ୍ଥ ଡିମିରିସେଣା ଗ୍ରାମରେ ପୂଜା ପାଉଥିବା ବାଲୁଙ୍କେଶ୍ୱରଙ୍କୁ ସମର୍ପିଦେଇଥିଲେ। ପୁଅର ମଙ୍ଗଳ ପାଇଁ ସେମାନେ ଦୁଇ ଦୁଇଟି ମାନସିକ… read more »

‘ପଦ୍ମ ଶ୍ରୀ’ ସ˚ଯୁକ୍ତା ପାଣିଗ୍ରାହୀ

ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶୀ ଅନ୍ୟତମ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ହିଁ ଏହି ନୃତ୍ୟର ଉଦ୍ଭବ। ଏକ ସମୟରେ ବାଳକମାନେ ବାଳିକା ବେଶରେ ମହାପ୍ରଭୁଙ୍କ ସମ୍ମୁଖରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ, ଯାହା ‘ଗୋଟିପୁଅ ନାଚ’ ଭାବେ ଜଣାଶୁଣା। ଏହି ନାଚରୁ ହିଁ ଓଡ଼ିଶୀ ନୃତ୍ୟର ସୃଷ୍ଟି। ସ୍ବାଧୀନତୋତ୍ତର ଓଡ଼ିଶାରେ ଯେଉଁ ନୃତ୍ୟାଙ୍ଗନାମାନେ ଓଡ଼ିଶୀକୁ ବିଶ୍ବ ସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ‘ପଦ୍ମ ଶ୍ରୀ’… read more »

ମଣିମାଳା ଦେବୀ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ ଅଭିନୟ ଦୁନିଆରେ ସକ୍ରିୟ ଥିଲେ ମଣିମାଳା ଦେବୀ। ୧୯ ଜୁନ୍‌ ୧୯୩୧ରେ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ବାଲିବିଶି (ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ) ଗ୍ରାମରେ ସେ ଜନ୍ମ ହୋଇଥିଲେ। ଆଦ୍ୟ ଶୈଶବରେ ଉଭୟ ପିତା ଓ ମାତାଙ୍କୁ ହରାଇ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଜୀବନ-ଜୀବିକା ପାଇଁ ଅଭିନୟକୁ ପେସା କରିଥିଲେ। ୧୯୪୫ରେ, ଅଭିନେତ୍ରୀ ରାଧାରାଣୀ ଦେବୀଙ୍କ ତତ୍ତ୍ବାବଧାନରେ, ‘ଅନ୍ନପୂର୍ଣ୍ଣା ରଂଗମଂଚ’ରୁ ମଣିମାଳାଙ୍କର ‌ଅଭିନେତ୍ରୀ ଜୀବନ ଆରମ୍ଭ ହୋଇଥିଲା। ୧୯୬୦ରେ ‘ଶ୍ରୀ‌… read more »

‘ପଦ୍ମ ଶ୍ରୀ’ ଗୁରୁ ପଙ୍କଜ ଚରଣ ଦାସ

ଓଡ଼ିଶୀ ନୃତ୍ୟ ଗୁରୁ ‘ପଦ୍ମ ଶ୍ରୀ’ ପଙ୍କଜ ଚରଣ ଦାସ, ୧୭ ମାର୍ଚ‌୍‌ ୧୯୨୫ରେ ପୁରୀର ମାଟିମଣ୍ତପ ସାହିରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଧର୍ମୁ ଚରଣ ଦାସ ଅସୁରେଶ୍ବର ନିକଟବର୍ତ୍ତୀ ମଣିପୁରର ମୂଳ ବାସିନ୍ଦା। ସେ ପୁଲିସ୍‌ ବିଭାଗରେ ଚାକିରି କରୁଥିଲେ ଏବ˚ ପୁରୀ ଥିଲା, ତାଙ୍କର କର୍ମକ୍ଷେତ୍ର। ପତ୍ନୀ କ୍ଷେତ୍ରମଣି ଦେବୀ ଗର୍ଭବତୀ ଥିବା ବେଳେ, ତାଙ୍କର ପରଲୋକ ହୋଇଥିଲା। ଅର୍ଥାତ୍‌, ପିତୃଛେଉଣ୍ତ ଭାବେ ଜନ୍ମ ହୋଇଥିଲେ ପଙ୍କଜ ଚରଣ। ପତିଙ୍କ ବିୟୋଗ, କ୍ଷେତ୍ରମଣିଙ୍କୁ… read more »

ଗୋବିନ୍ଦ ତେଜ

ଆମ ସମୟର ଓଡ଼ିଆ ଚଳଚ୍ଚିତ୍ର ଜଗତ୍‌ର ଅନ୍ୟତମ ପ୍ରସିଦ୍ଧ କଳାକାର ଗୋବିନ୍ଦ ତେଜ। ସେ ଏକଧାରରେ ଥିଲେ ଅଭିନେତା, ନିର୍ଦେଶକ, ପ୍ରଯୋଜକ ଓ ନୃତ୍ୟ ସ˚ଯୋଜକ। ଏସବୁ କ୍ଷେତ୍ରରେ ତାଙ୍କର ଗଭୀର ପ୍ରବେଶ ଥିଲା, ଯଦିଓ ଜଣେ ଯନ୍ତ୍ରୀ ଭାବେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ପାଇଁ ପେସା ବଦଳାଇଥିଲେ। ପେସା ବଦଳାଇ କୌଣସି ଭୁଲ୍‌ କରି ନ ଥିଲେ ବୋଲି ନିଃସନ୍ଦେହରେ କହାଯାଇପାରେ। କାରଣ, ଖୁବ୍‌ କମ୍‌ ଦିନ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର… read more »

ଅକ୍ଷୟ ମହାନ୍ତି ‘କାଶ୍ୟପ’

କଲେଜ୍‌ ଶିକ୍ଷା ସମାପ୍ତି ପରେ ସରକାରୀ ଚାକିରିରେ ଯୋଗଦେଇଥିଲେ ସୁପ୍ରସିଦ୍ଧ ଓଡ଼ିଆ ଅଭିନେତା-ନିର୍ଦେଶକ ଅକ୍ଷୟ ମହାନ୍ତି(କାଶ୍ୟପ)। ତେବେ, କଳା ପାଇଁ ଗୀତିକାର-ସ˚ଗୀତକାର-ଗାୟକ-ଲେଖକ ଅକ୍ଷୟ ମହାନ୍ତିଙ୍କ ପରି ସେ ମଧ୍ୟ ଚାକିରି ଛାଡ଼ିଦେଇଥିଲେ। ଶୈଶବରୁ ନାଟ୍ୟ-କଳା ପ୍ରତି ଆଗ୍ରହ ଥିଲା। ରାଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ବେଳେ ‘ଏକଲବ୍ୟ’ ନାଟକରେ ଅଭିନୟ କରି ଉଚ୍ଚ-ପ୍ରଶ˚ସିତ ହୋଇଥିଲେ। ସ୍କୁଲ୍‌ ନାଟକରୁ ‘ୟୁନାଇଟେଡ୍‌ ଆର୍ଟିଷ୍ଟ୍’ ନାଟ୍ୟ ସ˚ସ୍ଥା। ତାହା ପରେ ନିଜେ ଗଢ଼ିଥିଲେ ‘କଳା ମନ୍ଦିର’ ନାମକ ନାଟ୍ୟ… read more »

ହେମନ୍ତ ଦାସ

୧୯୩୩ ସେପ୍‌ଟେମ୍ବର୍‌ ୧୮ରେ ହେମନ୍ତ ଦାସ ଜନ୍ମ ହୋଇଥିଲେ। ତାଙ୍କ ପିତା ରାଧେଶ୍ଯାମ ଦାସ ଥିଲେ ସଂଗୀତକାର। ସେ କବିଚନ୍ଦ୍ର କାଳୀଚରଣଙ୍କ ସମକାଳୀନ। କବିଚନ୍ଦ୍ରଙ୍କ ପରି ତାଙ୍କର ମଧ୍ୟ ଏକ ରାସ ଦଳ ଥିଲା। ତେଣୁ, ନୃତ୍ୟ-ଗୀତ-ନାଟ୍ୟର ପରିବେଶରେ କଟିଥିଲା ହେମନ୍ତଙ୍କ ଶୈଶବ। ମାତାଙ୍କ ନାମ ଥିଲା ବୈଦେହୀ। ବାଙ୍କୀସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ହେମନ୍ତ କଟକସ୍ଥିତ କ୍ରାଏଷ୍ଟ୍‌ କଲେଜ୍‌ରେ ନାମ ଲେଖାଇଥିଲେ। ନିଜ ସମୟର ଅଧିକାଂଶ ପ୍ରସିଦ୍ଧ କଳାକାରଙ୍କ ପରି… read more »

ଗୋପାଳ ଘୋଷ

ଓଡ଼ିଆ ଚଳଚ୍ଚିତ୍ରର ବିକାଶକୁ ତ୍ବରାନ୍ବିତ କରିଥିବା କଳାକାର ଓ କଳା ପ୍ରେମୀ ଥିଲେ ଗୋପାଳ ଘୋଷ। ମାତ୍ର ଛଅ ବର୍ଷ ବୟସରେ ଆରମ୍ଭ ହୋଇଥିଲା, ତାଙ୍କର କଳାକାର ଜୀବନ। ପିତା ଥିଲେ ଡାକ୍ତର। ତାଙ୍କର ମଧ୍ୟ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହ ଥିଲା। ତେବେ, ସୁଯୋଗର ଅଭାବ ତାଙ୍କୁ ଭିନ୍ନ କ୍ଷେତ୍ରରେ ପ୍ରବେଶ କରାଇଲା। କଳା-ଅଭିନୟକୁ ପେସା କରିବା ପୂର୍ବରୁ ସେ କଲକାତାରେ କିଛି କାଳ ଚାହା ଏବଂ ଔଷଧ ବ୍ୟବସାୟ କରିଥିଲେ। ମେଡିସିନ୍‌ ରିପ୍ରେଜେଣ୍ଟିଭ୍‌ ତଥା… read more »

ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ

କାର୍ତ୍ତିକ ଘୋଷ ଥିଲେ ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ। ରଙ୍ଗମଞ୍ଚ ପରିଚାଳନା ଓ ଚଳଚ୍ଚିତ୍ର ନିର୍ମାଣ ସହ ମଧ୍ୟ ସେ ସ˚ପୃକ୍ତ ଥିବା ବହୁ ପ୍ରତିଭା ସ˚ପନ୍ନ ପେସାଦାର। ୨୩ ଅକ୍‌ଟୋବର୍‌ ୧୯୦୩ରେ କଟକରେ ସେ ଜନ୍ମ ହୋଇଥିଲେ। ଗାନ୍ଧୀଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଇ˚ରେଜ ବିରୋଧୀ ଆନ୍ଦୋଳନରେ ଭାଗନେବାରୁ ମହାବିଦ୍ୟାଳୟ ଶିକ୍ଷା ଶେଷ କରିପାରି ନ ଥିଲେ। ବାଲ୍ୟ ଜୀବନ କଟିଥିଲା ଏକ ସା˚ସ୍କୃତିକ ପରିବେଶରେ। ଶୈଶବରେ ହିଁ ଅଭିନୟ ଓ… read more »

ଦୁର୍ଲଭ ସି˚ହ

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ମଞ୍ଚ ଅଭିନେତା ଦୁର୍ଲଭ ଚନ୍ଦ୍ର ସି˚ହ ନିମାପଡ଼ା ଅନ୍ତର୍ଗତ ଭଦରୋରେ ୧୯୧୮ ମାର୍ଚ‌୍‌ ୧୨ରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଆନନ୍ଦ ଚନ୍ଦ୍ର ସି˚ହ ଯାତ୍ରା ଦଳରେ ଅଭିନୟ ତାଲିମ ଦେବାଠାରୁ ଆରମ୍ଭ କରି ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ। ନୃତ୍ୟ ନିର୍ଦେଶନା ମଧ୍ୟ ଦେଉଥିଲେ। ଲୋକମୁଖରେ ସେ ଥିଲେ ‘ଓସ୍ତାତ’ ଏବ˚ ତାଙ୍କ ଘର ‘ଓସ୍ତାତଘର’। ପିତାଙ୍କ ଦ୍ବାରା ଦୁର୍ଲଭ ସ୍ବାଭାବିକ ଭାବେ ଅନୁପ୍ରାଣିତ ହୋଇଥିଲେ। ପିତା ମଧ୍ୟ ଉତ୍ସାହିତ କରିବା ସହ… read more »

Sidebar