‘ପଦ୍ମ ଶ୍ରୀ’ ଗୁରୁ ଗଙ୍ଗାଧର ପ୍ରଧାନ
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ପାରିକୂଳ ଗ୍ରାମରେ ୧୯୪୮ ଜୁଲାଇ ୧୦ରେ ଜନ୍ମ ହୋଇଥିଲେ ‘ପଦ୍ମ ଶ୍ରୀ’ ଉପାଧିପ୍ରାପ୍ତ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନ। ଶୈଶବରେ ଶାରୀରିକ ଅସୁସ୍ଥତା (କାନ୍ଦୁ ନ ଥିଲେ କି ଠିକ୍ରେ ଚଳ-ପ୍ରଚଳ ହୋଇପାରୁ ନ ଥିଲେ) ମଧ୍ୟରେ ରହୁଥିବାରୁ ପିତା ମୁରଲୀଧର ପ୍ରଧାନ ଓ ମାତା ଦ୍ୱିତୀକା ଦେବୀ ତାଙ୍କୁ ନିକଟସ୍ଥ ଡିମିରିସେଣା ଗ୍ରାମରେ ପୂଜା ପାଉଥିବା ବାଲୁଙ୍କେଶ୍ୱରଙ୍କୁ ସମର୍ପିଦେଇଥିଲେ। ପୁଅର ମଙ୍ଗଳ ପାଇଁ ସେମାନେ ଦୁଇ ଦୁଇଟି ମାନସିକ… read more »
