ସାହିତ୍ୟିକ

ଅନନ୍ତ ପ୍ରସାଦ ପଣ୍ଡା

୧୯୦୬ ଜୁଲାଇ ୧୮ରେ ଜନ୍ମ ହୋଇଥିଲେ ଅନନ୍ୟ ସାରସ୍ବତ ସାଧକ ଅନନ୍ତ ପ୍ରସାଦ ପଣ୍ତା। ପିତା ଉମାକାନ୍ତ ଓ ମାତା ଗେହ୍ଲାମଣି ବହୁ ଦିନ ଧରି ନିଃସନ୍ତାନ ଥିଲେ। ‘ଅନନ୍ତ ବ୍ରତ’ ପାଳନ କରି ପୁତ୍ର ସନ୍ତାନ ଲାଭ କରିବାରୁ, ନାମ ରଖାଯାଇଥିଲା ଅନନ୍ତ ପ୍ରସାଦ। ଅନନ୍ତ ପ୍ରସାଦ ଏକଧାରରେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ, ନାଟ୍ୟକାର ଓ ଅନୁବାଦକ ଥିଲେ ହେଁ ନିଜକୁ ମୁଖ୍ୟତଃ ଗାଳ୍ପିକ ବୋଲାଇବାକୁ ଅଧିକ ଭଲପାଉଥିଲେ। ଏ ସ˚ପର୍କରେ ନିଜେ ଲେଖିଥିଲେ-… read more »

ମହାପାତ୍ର ନୀଳମଣି ସାହୁ

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତ୍‌ର ଅନ୍ୟତମ ପ୍ରଭାବଶାଳୀ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁ। ସେ ଏକଧାରରେ ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ। ସମାଲୋଚନା, ରମ୍ୟ ରଚନା, ଶିଶୁ ସାହିତ୍ୟ, କବିତା, ଅନୁବାଦ, ଆଧ୍ୟାତ୍ମିକ ରଚନା ଓ ସ˚ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ଶକ୍ତିଶାଳୀ ଉପସ୍ଥିତି ସ୍ପଷ୍ଟ ଅନୁଭବ କରାଯାଏ। ତାଙ୍କ ଗଳ୍ପର ଭାଷା ଚିତ୍ରମୟ, ବର୍ଣ୍ଣମୟ ଓ ମନନଧର୍ମୀ। ତାଙ୍କ ଗଳ୍ପଗୁଡ଼ିକର କଥାବସ୍ତୁର ବ୍ୟାପକତା ଦେଖିଲେ, ବିସ୍ମିତ ହେବାକୁ ହୁଏ। ସେ ବାସ୍ତବବାଦୀ ସାହିତ୍ୟିକ। ତାଙ୍କ… read more »

‘ବ୍ୟାସକବି’ ଫକୀରମୋହନ

ଊନବି˚ଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶା, ପାଶ୍ଚାତ୍ୟ ଶିକ୍ଷା, କଳା ଓ ସାହିତ୍ୟ ସ˚ସ୍ପର୍ଶରେ ଆସିବା ସହ ନବଜାଗରଣର ଯୁଗ ଆରମ୍ଭ ହୋଇଥିଲା। ଏହି ସମୟ ହିଁ ଜନ୍ମ ହୋଇଥିଲା ଆଧୁନିକ ଓଡ଼ିଆ ସାହିତ୍ୟ। ଆଉ ଓଡ଼ିଆ ଭାଷା-ସାହିତ୍ୟ ବିକାଶ ଆନ୍ଦୋଳନର ନେତୃତ୍ବ ନେଇଥିଲେ ‘ବ୍ୟାସକବି’ ଭାବେ ଖ୍ୟାତ ଫକୀରମୋହନ ସେନାପତି। ତାଙ୍କୁ କିଏ ଏହି ଆଖ୍ୟା ଦେଇଥିଲେ ନିର୍ଦିଷ୍ଟ ଭାବେ ଜଣାଯାଏନାହିଁ। କହାଯାଏ, ‘ରାମାୟଣ’ ଓ ‘ମହାଭାରତ’ ଅନୁବାଦ କରିଥିବାରୁ ‘ଭକ୍ତକବି’ ମଧୁସୂଦନ ରାଓ, ତାଙ୍କୁ… read more »

ନନ୍ଦିନୀ ଶତପଥୀ

ଓଡ଼ିଶାର ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ମହିଳା ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀ ଶୈଶବରୁ ଥିଲେ ସ୍ବାଭିମାନୀ ଓ ସ୍ବାଧୀନଚେତା। ପିତା ପ୍ରସିଦ୍ଧ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ମାତା ରତ୍ନମଣି ଦେବୀ। କହାଯାଏ, ତାଙ୍କ ମାତା ବ୍ରହ୍ମଗିରିର ଭୀମେଶ୍ବର ମହାଦେବଙ୍କୁ ନିଷ୍ଠାର ସହ ପୂଜା-ଆରାଧନା କରି କନ୍ୟା-ରତ୍ନ ଲାଭକରିଥିଲେ। ବିଛା ରାଶିରେ ଜନ୍ମ ହୋଇଥିବାରୁ, ଜାତକ ନାମ ଥିଲା ନର୍ମଦା। ପିତା, ନାମ ରଖିଥିଲେ ନନ୍ଦିନୀ। ଶ୍ରଦ୍ଧାରେ ସମସ୍ତେ ଡାକୁଥିଲେ- କୁନି। କାଳିନ୍ଦୀଚରଣଙ୍କ ଉପଯୁକ୍ତ… read more »

କାଳିନ୍ଦୀଚରଣ ପାଣିଗ୍ରାହୀ

‘ଦୁନିଆ ହାଟେ କୋଟି ହୀରା-ନୀଳା, ମଣି-ମାଣିକର ତୁଲ; ମାଟିର ପିତୁଳା ଗଢ଼ିରଖିଦେଲି, କିଏ ପଚାରିବ ମୂଲ?’ ନିଜର ଶ୍ରେଷ୍ଠ ଉପନ୍ୟାସ ‘ମାଟିର ମଣିଷ’ର ଅବତରଣିକାରେ ଏହା ଲେଖିଥିଲେ ନିଜେ ଲେଖକ। ‘ବରଜୁ ପ୍ରଧାନ’ ଓ ‘ଛକଡ଼ି ପ୍ରଧାନ’ ଚରିତ୍ରକୁ ଅବିସ୍ମରଣୀୟ କରିଥିବା ‘ମାଟିର ମଣିଷ’ ସର୍ବକାଳୀନ ପ୍ରସିଦ୍ଧ ସାହିତ୍ୟିକ କାଳିନ୍ଦୀଚରଣ ପାଣିଗ୍ରାହୀ ରଚିତ ପ୍ରଥମ ଉପନ୍ୟାସ। ବାଳକୃଷ୍ଣ କରଙ୍କ ସାରସ୍ବତ ପ୍ରେସ୍‌ରୁ ପ୍ରକାଶିତ ‘ଆନନ୍ଦ ଲହରୀ ଉପନ୍ୟାସମାଳା’ ପାଇଁ କାଳିନ୍ଦୀଚରଣ ଏହାକୁ ଲେଖିଥିଲେ। ଏହି ଯୁଗାନ୍ତକାରୀ ଉପନ୍ୟାସର… read more »

ପଣ୍ଡିତ ରଘୁନାଥ ମୁର୍ମୁ

ଭାଷାକୁ ନେଇ ପ୍ରତ୍ୟେକ ଜାତିର ପରିଚୟ। ଭାଷା ମାଧ୍ୟମରେ ଜାତିର ଗୌରବ ପ୍ରକାଶ ପାଏ। ଏକଦା କୌଣସି ଆଦିବାସୀ ଭାଷାର ଲିପି ନ ଥିଲା। ୧୯୨୫ରେ ସାନ୍ତାଳୀ ଭାଷାର ଲିପି ‘ଅଲଚିକି’ ପ୍ରସ୍ତୁତ କରି ଇତିହାସ ସୃଷ୍ଟି କରିଥିଲେ ପଣ୍ତିତ ରଘୁନାଥ ମୁର୍ମୁ। ସେ ସମୟରେ ରଘୁନାଥ ବଡ଼ାମତଳିଆ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଅଲଚିକି ଲିପିର ପ୍ରସାରକୁ ଅଧିକ ସମୟ ଦେବା ନିମନ୍ତେ ସେ ଚାକିରି ଛାଡ଼ି ଓଡ଼ିଶା, ପଶ୍ଚିମ ବଙ୍ଗ ଓ ବିହାରର ସାନ୍ତାଳ ଅଧ୍ୟୁଷିତ… read more »

ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ

ଓଡ଼ିଆ ଭାଷା-ସାହିତ୍ୟର ପ୍ରଥମ ପର୍ଯ୍ୟାୟର ପ୍ରସିଦ୍ଧ ପ୍ରାବନ୍ଧିକଙ୍କ ମଧ୍ୟରେ ଗୋବିନ୍ଦ ତ୍ରିପାଠୀ ଅନ୍ୟତମ। ସେ ପ୍ରାୟ ଚାରି ଦଶନ୍ଧି ଲେଖନୀ ଚାଳନା କରିଥିଲେ। ତାଙ୍କ ପ୍ରବନ୍ଧ ରଚନା ଶୈଳୀ ଥିଲା ବ୍ୟଙ୍ଗାତ୍ମକ ଓ ସମାଲୋଚନାତ୍ମକ। ‘ବଟୁଆ’, ‘କଖାରୁ ଫୁଲ’, ‘ଆକାଶ କଇଁଆ’, ‘ଅରସିକ’, ‘ଛେନାଗୁଡ଼’, ‘ବୋମା’, ‘ଆମ୍ବ’, ‘କଦଳୀ’, ‘ଆମ ଗୋସେଇଁ’ ଆଦି ତାଙ୍କର ପ୍ରସିଦ୍ଧ ପ୍ରବନ୍ଧ ତାଲିକା ଅନ୍ତର୍ଭୁକ୍ତ। ଉପନ୍ୟାସ, ନାଟକ ଓ ଅନୁବାଦ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ଥିଲା। ସ˚ଗୀତ ପ୍ରତି ଥିଲା… read more »

‘ଜନତାର କବି’ ସଚ୍ଚି ରାଉତରାୟ

ବିଶ୍ବ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଆ ଲେଖକଙ୍କ ମଧ୍ୟରେ ସଚ୍ଚି ରାଉତରାୟ ଅନ୍ୟତମ। ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସେ ସାହିତ୍ୟ ସାଧନାରେ ବ୍ୟାପୃତ ଥିଲେ। ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ବ ଯୁଦ୍ଧ ବିରୋଧରେ ଲେଖନୀ ଚାଳନା କରିଥିଲେ। ସେ ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ। ତାଙ୍କୁ ‘ଜନତାର କବି’ କୁହାଯାଏ। ଓଡ଼ିଆ ଏବଂ ଇ˚ରେଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ପ୍ରବନ୍ଧ ଆଦି ଏଥିରେ… read more »

ମୃତ୍ୟୁଞ୍ଜୟ ରଥ

ଊନବି˚ଶ ଶତାବ୍ଦୀରେ ଓଡ଼ିଶାରେ ଅଧିକରୁ ଅଧିକ ସ˚ଖ୍ୟକ ଛାପାଖାନା ବସିବା ସହ ଅନୁବାଦ ସାହିତ୍ୟର ପ୍ରସାର ଘଟିଥିଲା। ଏ ବାବଦରେ ଅଗ୍ରଗଣ୍ୟ ଥିଲେ ଫକୀରମୋହନ ସେନାପତି। ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବା ସହ ସେ ଅନୁବାଦକୁ ମଧ୍ୟ ଗୁରୁତ୍ବ ଦେଇଥିଲେ। ତାଙ୍କ ପରେ ପରେ ଅନେକ ଏହାର ଗୁରୁତ୍ବ ଉପଲବ୍‌ଧି କରିଥିଲେ। ସେମାନଙ୍କ ମଧ୍ୟରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଅନ୍ୟତମ। ସେ ‘ବିକ୍ରମୋର୍ବଶୀ’, ‘ମୁଦ୍ରାରାକ୍ଷସ’, ‘ମୃଚ୍ଛକଟିକ’, ‘ବେଣୀ ସ˚ହାର’, ‘କୁମାର ସ˚ଭବ’, ‘ମାଳତୀ… read more »

Sidebar