ସ୍ୱାଧୀନତା ସଂଗ୍ରାମୀ

ନନ୍ଦିନୀ ଶତପଥୀ

ଓଡ଼ିଶାର ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ମହିଳା ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀ ଶୈଶବରୁ ଥିଲେ ସ୍ବାଭିମାନୀ ଓ ସ୍ବାଧୀନଚେତା। ପିତା ପ୍ରସିଦ୍ଧ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ମାତା ରତ୍ନମଣି ଦେବୀ। କହାଯାଏ, ତାଙ୍କ ମାତା ବ୍ରହ୍ମଗିରିର ଭୀମେଶ୍ବର ମହାଦେବଙ୍କୁ ନିଷ୍ଠାର ସହ ପୂଜା-ଆରାଧନା କରି କନ୍ୟା-ରତ୍ନ ଲାଭକରିଥିଲେ। ବିଛା ରାଶିରେ ଜନ୍ମ ହୋଇଥିବାରୁ, ଜାତକ ନାମ ଥିଲା ନର୍ମଦା। ପିତା, ନାମ ରଖିଥିଲେ ନନ୍ଦିନୀ। ଶ୍ରଦ୍ଧାରେ ସମସ୍ତେ ଡାକୁଥିଲେ- କୁନି। କାଳିନ୍ଦୀଚରଣଙ୍କ ଉପଯୁକ୍ତ… read more »

ବିଶ୍ବନାଥ ଦାସ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବୃନ୍ଦଙ୍କ ମଧ୍ୟରେ ଜଣେ ଥିଲେ ଗଞ୍ଜାମର ବିଶ୍ବନାଥ ଦାସ। ଉତ୍କଳ ପ୍ରଦେଶ ଗଠନ ପରେ ସେ ଏହାର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ ତଥା ପରବର୍ତ୍ତୀ କାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ବିଶ୍ବନାଥ ଥିଲେ ଉଚ୍ଚଶିକ୍ଷିତ। ଚାହିଁଥିଲେ, ସରକାରୀ ଚାକିରି କରିପାରିଥାଆନ୍ତେ। ତେବେ, ସ୍ବାଧୀନଚେତା ଥିବାରୁ ବ୍ରହ୍ମପୁରରେ ଓକିଲ ଭାବେ ଆରମ୍ଭ କରିଥିଲେ କର୍ମମୟ ଜୀବନ। ସେ ନିଜ ସମୟର ସୁପ୍ରସିଦ୍ଧ ଓଡ଼ିଆ ରାଜନୈତିକ ବ୍ୟକ୍ତିତ୍ବ। ଉତ୍କଳ… read more »

‘ଜାତୀୟ କବି’ ବୀରକିଶୋର

‘ଜାତୀୟ କବି’ ବୀରକିଶୋର ଦାସ ସ୍ବାଧୀନତା ସ˚ଗ୍ରାମରେ ଥିଲେ ଲଢ଼ୁଆ ସୈନିକ ସାଙ୍ଗକୁ ସ˚ଗ୍ରାମୀ କବି। ତାଙ୍କ ହାତରେ ତରବାରି ନ ଥିଲା, ଥିଲା ଲେଖନୀଟିଏ; ଯେଉଁ ଲେଖନୀ ମୁନରୁ ଝରୁଥିଲା କ୍ରାନ୍ତିକାରୀ କବିତାମାନ। ତାଙ୍କ କବିତା ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ଆନ୍ଦୋଳିତ କରୁଥିଲା। ତାଙ୍କ କବିତା ଗାଇଗାଇ ସ˚ଗ୍ରାମୀମାନେ ଗୁଳି-ବନ୍ଧୁକ ମୁହଁକୁ ଆଗେଇଯାଉଥିଲେ, ହସିହସି ହାତକଡ଼ି ପିନ୍ଧି କାରାଗାରରେ ପଶିଯାଉଥିଲେ। ସେ ଲେଖିଛନ୍ତି: ‘ଆମ ହାତରେ ନ ଥିଲା ତରବାରି, ଅବା ହୋଇ ତ ନ ଥିଲୁ… read more »

ଗୋପବନ୍ଧୁ ଚୌଧୁରୀ

ପ୍ରାକ୍‌-ସ୍ବାଧୀନତା କାଳରେ କଟକକୁ ପଢ଼ିବାକୁ ଆସୁଥିବା ଗରିବ ପିଲାମାନେ ‘ରାମକୃଷ୍ଣ କୁଟିର’ ଛାତ୍ରାବାସରେ ରହୁଥିଲେ। ଛାତ୍ରାବାସର ନିୟମାନୁଯାୟୀ ଛୁଟି ଦିନରେ ଛାତ୍ରମାନଙ୍କୁ ଘର ଘର ବୁଲି ଭିକ୍ଷା ସ˚ଗ୍ରହ କରିବାକୁ ପଡ଼ୁଥିଲା। କେହି ଦେଉଥିଲେ, କେହି ଘଉଡ଼ାଇଦେଉଥିଲେ। ଦିନକର କଥା। ଉକ୍ତ ଛାତ୍ରାବାସର ଅନ୍ତେବାସୀ ଗୋଦାବରୀଶ ମିଶ୍ର ଭିକ୍ଷା ସ˚ଗ୍ରହ କରିବାକୁ ବାହାରିଲେ। ଚାରିଆଡ଼ୁ ନିରାଶ ହୋଇ ଶେଷରେ ପହଞ୍ଚିଲେ କାଠଯୋଡ଼ି ନଦୀ ତୀରସ୍ଥ ଏକ ପ୍ରାସାଦ ନିକଟରେ। ତିରସ୍କାରର ଭୟ ସତ୍ତ୍ବେ ଭାଗ୍ୟକୁ ଆଦରି ଫାଟକ… read more »

ଶହୀଦ ଲକ୍ଷ୍ମଣ ନାୟକ

ଏହି ଜନଜାତିର ନେତା ଦେଶ ପାଇଁ ଶହୀଦ ହେବା ପୂର୍ବରୁ କହିଥିଲେ – “ଏହା ଆମର ଅନ୍ତିମ ସଂଗ୍ରାମ। ମୋର ମୃତ୍ୟୁ ହେଲେ ମଧ୍ୟ ଦେଶ ସ୍ୱାଧୀନତା ହାସଲ କରିବ। ତାପରେ ଦେଶର ଶାସନ ଭାର କଂଗ୍ରେସ ଉପରେ ନ୍ୟସ୍ତ ହେବ। ମୋର ସେହି ଶାସନ କରିବାକୁ ଥିବା ନେତୃବୃନ୍ଦଙ୍କୁ ଅନୁରୋଧ, ସେମାନେ ଏପରି କାର୍ଯ୍ୟ କରିବେ ଯାହାଦ୍ୱାରା କି ମୋର ଅର୍ଦ୍ଧ-ନଗ୍ନ ଓ ଅର୍ଦ୍ଧ-ଭୁକ୍ତ ଭାଇ ଓ ଭଉଣୀମାନେ ନିଜ ଶରୀରକୁ ଘୋଡାଇବା ପାଇଁ ଖଣ୍ଡେ କନା… read more »

ଲକ୍ଷ୍ମୀ ‘ଇନ୍ଦିରା’ ପଣ୍ଡା

(ଉପରୋକ୍ତ ଫୋଟୋର ମଝିରେ ଲକ୍ଷ୍ମୀ ପଣ୍ଡା ହାତରେ ରାଇଫଲ ଧରି ବୀର ଦର୍ପରେ ସ୍ଥିତ।) ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଲକ୍ଷ୍ମୀ ପଣ୍ଡା ଅନ୍ୟତମ ଯେକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ଫୋୖଜ଼ର ଏକମାତ୍ର ଓଡ଼ିଆ ମହିଳା ସଦସ୍ୟା ଥିଲେ ତଥା ଫୋୖଜ଼ର ରାଣୀ ଝାନ୍ସୀ ରେଜିମେଣ୍ଟର ସର୍ବ କନିଷ୍ଠା ସଦସ୍ୟା ଥିଲେ। ସେ ବାସ୍ତଵିକ ପ୍ରମାଣ କରିଦେଇଥିଲେ ଯେ ନାରୀ କେବେହେଲେ ଅବଳା ଦୁର୍ବଳା ନୁହେଁ ଏବଂ… read more »

Sidebar