ସଂସ୍କୃତି

ଓଡ଼ିଶାର ସଂସ୍କୃତି ଏହାର ପାରମ୍ପରିକ ନୃତ୍ୟ, ସଙ୍ଗୀତ, କଳା, ସ୍ଥାପତ୍ୟ, ଭାଷା, ସାହିତ୍ୟ, ପର୍ବପର୍ବାଣି, ଓଷାବ୍ରତ, ଯାନିଯାତ୍ରା, ବୟନ କଳା ଇତ୍ୟାଦିକୁ ନେଇ ସମୃଦ୍ଧ ଯାହାକି ବିଶ୍ଵ ଦରବାରରେ ଓଡିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଏଠାରେ ଓଡ଼ିଶାର ସଂସ୍କୃତି ସମ୍ବନ୍ଧୀୟ ସବିଶେଷ ବିବରଣୀ ଆପଣମାନେ ପାଇପାରିବେ ।

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଶ୍ରୀକ୍ଷେତ୍ରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ ଏବଂ ବିଭିନ୍ନ ସ୍ଥାନରେ ଗଣେଶଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୁରୀର ଗଣେଶ ମୂର୍ତ୍ତିଙ୍କ ବିଶେଷତ୍ଵ ହେଉଛି, ପୂଜା ନିମିତ୍ତ ସମ୍ପୂର୍ଣ୍ଣ ଉତ୍କଳୀୟ ମୂର୍ତ୍ତିକଳାକୁ ଅନୁସରଣ କରି ବିଗ୍ରହ ସବୁର ନିର୍ମାଣ କରାଯାଇଥାଏ । କେତେକ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଭୁଜ ସୁରୂପରେ ପର୍ଶୁ, ଲଡ଼ୁ, ଭଗ୍ନ ଦନ୍ତ, ଜପାମାଳି ଧାରଣ କରି ଦଣ୍ଡାୟମାନ ପୂର୍ବକ ପୂଜା… read more »

ମାଇକେଲ ଜାକସନ ଓ ଓଡ଼ିଶୀ ନୃତ୍ୟ

୧୯୯୧ ମସିହାର ଘଟଣା। ବିଶ୍ୱ ପ୍ରସିଦ୍ଧ ପପ୍ ଗାୟକ ମାଇକେଲ ଜାକସନ ତାଙ୍କର ଏକ ମ୍ୟୁଜିକ ଭିଡ଼ିଓ (ବ୍ଲାକ୍ ଅର୍ ହ୍ଵାଇଟ୍)ର ଶୂଟିଙ୍ଗ ପାଇଁ ଆଧୁନିକ ଏବଂ ପ୍ରାଦେଶିକ/ସାମ୍ପ୍ରଦାୟିକ ନୃତ୍ୟଶିଳ୍ପୀ ମାନଙ୍କର ଏକ ଅଡିସନ୍ ନେଉଥାନ୍ତି। ଅଡିସନ୍ ଦେଉଥିବା ପ୍ରାୟ ୩୦୦୦ ରୁ ଅଧିକ ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରୁ ଅନ୍ୟତମା ଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଯମୁନା ସାଙ୍ଗରାଶିଭମ୍ (Yamuna Sangarasivam) । ଯମୁନା ସେତେବେଳେ ଥିଲେ ଲସ ଆଞ୍ଜେଲିସର ୟୁନିଭର୍ସିଟି ଅଫ କାଲିଫୋର୍ନିଆରେ ଡ୍ୟାନ୍ସ ଏଥନୋଲୋଜିର ସ୍ନାତକୋତ୍ତର… read more »

ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ

ହିନ୍ଦୁ ମାନଙ୍କର ‘ଶ୍ରୀମଦ୍ଭଗବଦ୍ଗୀତା’, ମୁସଲମାନ ମାନଙ୍କର ‘କୁରଆନ’ ଓ ଖ୍ରୀଷ୍ଟିଆନ ମାନଙ୍କର ‘ବାଇବଲ’ ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା ଦିଆଯାଇଛି । ଏହା ‘ଆଦି ଗ୍ରନ୍ଥ’ ରୂପରେ ମଧ୍ୟ ପରିଚିତ ଯାହାକି ୧୪୩୦ ‘ଅଙ୍ଗ’ (ପୃଷ୍ଠା) ତଥା ୫୮୯୪ ‘ଶବଦ’ (ପଂକ୍ତିର ସମାହାର) ଯୁକ୍ତ । ଏଥିରେ ଶିଖ ଗୁରୁ, ଭଗତ (ଭକ୍ତ), ଭାଟ… read more »

ପଣା ସଂକ୍ରାନ୍ତି (ଉତ୍କଳୀୟ ନବବର୍ଷ)

ନବବର୍ଷ କହିଲେ ଆମେ ସାଧାରଣତଃ ଇଂରାଜୀ ନବବର୍ଷ ବା ଜାନୁଆରୀ ୧ ତାରିଖକୁ ବୁଝିଥାଉ । ତେବେ ଆମ ମହାଭାରତୀୟ ସଂସ୍କୃତିରେ ହିନ୍ଦୁ ନବବର୍ଷ, ସୌରମାସ କିମ୍ବା ଚାନ୍ଦ୍ରମାସର ପାରମ୍ପରିକ ଗଣନା ଅନୁସାରେ ପାଳିତ ହୋଇଥାଏ । ଚାନ୍ଦ୍ରମାସର ଗଣନା ଅନୁସାରେ ଏହି ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ‘ଉଗାଦି’ ନାମରେ, ମହାରାଷ୍ଟ୍ରରେ ‘ଗୁଡିପଡ଼ଓ୍ବା’ ନାମରେ, ମଣିପୁରରେ ‘ଚେରାଓବା’ ନାମରେ, କାଶ୍ମୀରରେ ‘ନଭରେହ୍’ ନାମରେ ତଥା ସିନ୍ଧ୍ ସମ୍ପ୍ରଦାୟରେ… read more »

ରଜ ପର୍ବର ତାତ୍ତ୍ଵିକତା

ଆଷାଢ଼ ମାସର ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ରୂପେ ପରିଚିତ । ଏହି ରଜ ସଂକ୍ରାନ୍ତିକୁ ରଜ ପର୍ବ ରୂପେ କେବଳ ଓଡ଼ିଶାରେ ହିଁ ପାଳନ କରାଯାଇଥାଏ । ତେଣୁ ଏହା ଓଡ଼ିଶାର ନିଜସ୍ୱ ପର୍ବ ଏବଂ ଏକ ଗଣ ପର୍ବ । ତେବେ କାହିଁକି ଏହି ପର୍ବ ‘ରଜ’ ନାମରେ ନାମିତ ଓ କଣ ରହିଛି ଏହାର ତାତ୍ତ୍ଵିକତା, ଆସନ୍ତୁ ଏବେ ଜାଣିବା । ‘ରଜ’ ଶବ୍ଦର ବିଭିନ୍ନ ଅର୍ଥ ରହିଥିଲେ ହେଁ ଏଠାରେ ‘ରଜ’… read more »

ଅଁଳା ନବମୀ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି “ଅଁଳା ନବମୀ” ରୂପେ ପାଳିତ ହୁଏ। ଏହି ତିଥିରେ ଦାନ-ପୁଣ୍ୟାଦି କର୍ମ କଲେ ସୌଭାଗ୍ୟ ଅର୍ଜିତ ହୁଏ ବୋଲି ବିଶ୍ୱାସ ରହିଛି। ଏହି “ଅଁଳା ନବମୀ” ତିଥିରେ କରାଯାଇଥିବା ପୁଣ୍ୟାଦି କେବେହେଲେ କ୍ଷୟ ହୁଏନାହିଁ ବା ଅକ୍ଷୟ ରହିଥାଏ, ତେଣୁ ଏହାକୁ “ଅକ୍ଷୟ ନବମୀ” ବୋଲି ମଧ୍ୟ କୁହାଯାଏ। ଏହି “ଅକ୍ଷୟ ନବମୀ”, “ଅକ୍ଷୟ ତୃତୀୟା” ତିଥୀ ଭଳି ପବିତ୍ର ଓ ମହତ୍ୱପୂର୍ଣ୍ଣ। “ଅକ୍ଷୟ ତୃତୀୟା” ତିଥିରେ ତ୍ରେତା ବା… read more »

ଶ୍ରୀ ଲିଙ୍ଗରାଜଙ୍କର ରଥଯାତ୍ରା

ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଗୁଡିକ ମଧ୍ୟରୁ ଭୁବନେଶ୍ୱରରେ ଅଧିଷ୍ଠିତ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା ଅନ୍ୟତମ । ଏହି ପାଞ୍ଚଦିନ ବ୍ୟାପୀ ପାଳିତ ହେଉଥିବା ରଥଯାତ୍ରା ଉତ୍ସବ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହୋଇଥାଏ ଏବଂ ଏହି ଯାତ୍ରା ସମୟରେ ପ୍ରଭୁ ଲିଙ୍ଗରାଜ, ବିଜୟ ପଡିଆ ନିକଟସ୍ଥ ରାମେଶ୍ୱର ମନ୍ଦିରକୁ ଗମନ କରିଥାନ୍ତି । ଅନେକ ଐତିହାସିକମାନଙ୍କ ମତରେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ କିମ୍ବା ଜୈନ ଧର୍ମ… read more »

ମା’ ବିରଜାଙ୍କର ରଥଯାତ୍ରା

ଭାରତର ଏକ ପ୍ରମୁଖ ଶକ୍ତିପୀଠ ରୂପେ ପ୍ରସିଦ୍ଧ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଦୁର୍ଗାପୂଜା ଅବସରରେ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ । ରଥଯାତ୍ରା ନିମନ୍ତେ ବିଜୟା ରଥ ବା ସିଂହଧ୍ୱଜ ରଥ ଭାବେ ପ୍ରସିଦ୍ଧ ଏହି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ପବିତ୍ର ସୁନିଆଁଠାରୁ ମା’ ବିରଜାଙ୍କର ରଥ ନିର୍ମାଣ ପାଇଁ ବିଲ୍ବ କାଠ ଅନୁକୂଳ ହୋଇଥାଏ । ଏହି ରଥର ନିର୍ମାଣ ଶୈଳୀ ଓ ଆକୃତିକୁ… read more »

କୋଣାର୍କର ଶ୍ରୀ ସୂର୍ଯ୍ୟଦେବଙ୍କର ରଥଯାତ୍ରା

ଓଡ଼ିଶାରେ ପ୍ରତିବର୍ଷ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଉତ୍ସବ ଏହାର ଚାରିଗୋଟି ପ୍ରସିଦ୍ଧ ପୌରାଣିକ କ୍ଷେତ୍ରରେ ପ୍ରାୟତଃ ତିନି ମାସ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ । ଯଥା – ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଭୁବନେଶ୍ୱର ବା ଏକାମ୍ର କ୍ଷେତ୍ର ବା ଚକ୍ର କ୍ଷେତ୍ରରେ ଶ୍ରୀ ଲିଙ୍ଗରାଜ ଦେବଙ୍କର ରଥଯାତ୍ରା, ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ପୁରୀ ବା ପୁରୁଷୋତ୍ତମ କ୍ଷେତ୍ର ବା ଶଙ୍ଖ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା, ଆଶ୍ଵିନ ମାସ ଶୁକ୍ଳପକ୍ଷ ପ୍ରତିପଦାରେ ଯାଜପୁର ବା ବିରଜା… read more »

ସ୍କନ୍ଦ ପୁରାଣୋକ୍ତ ଶ୍ରୀଜଗନ୍ନାଥଙ୍କର ଆଦର୍ଶ ରଥଯାତ୍ରା ପାଳନ ବିଧି

ସମଗ୍ର ସଂସାରରେ ବିଭିନ୍ନ ଦେବାଦେବୀଙ୍କର ଯେତେସବୁ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଓ ସର୍ବଜନାଦୃତ । ସମଗ୍ର ବିଶ୍ୱର ଜନସାଧାରଣ ଏହି ରଥଯାତ୍ରା ଉତ୍ସବରେ ଭକ୍ତିଭାଵ ସହକାରେ ସାମିଲ ହୋଇ ଶ୍ରୀଜୀଉମାନଙ୍କର କୃପା ଲାଭ କରିବା ନିମିତ୍ତ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି । କାରଣ ବିଶ୍ବାସ ରହିଛି ଯେ – “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ । ରଥେ ତୁ… read more »

Sidebar