ଜିଲ୍ଲା

ଓଡ଼ିଶାର ୩୦ ଗୋଟି ଜିଲ୍ଲା ରହିଛି ଯେଉଁମାନଙ୍କୁ ଶାସନଗତ ସୁପରିଚାଳନା ପାଇଁ ତିନିଗୋଟି ରାଜସ୍ୱ ବିଭାଗ ଅଧୀନରେ ରଖାଯାଇଛି । ଯଥା- ଉତ୍ତରାଞ୍ଚଳ (ମୁଖ୍ୟାଳୟ – ସମ୍ବଲପୁର), ଦକ୍ଷିଣାଞ୍ଚଳ (ମୁଖ୍ୟାଳୟ – ବ୍ରହ୍ମପୁର) ଓ କେନ୍ଦ୍ରାଞ୍ଚଳ (ମୁଖ୍ୟାଳୟ – କଟକ) । ପ୍ରତ୍ୟେକ ରାଜସ୍ୱ ବିଭାଗ ଅଧୀନରେ ୧୦ ଗୋଟି ଜିଲ୍ଲା ରହିଛି । ପୁନଶ୍ଚ ଶାସନକଳର ସୁବିଧା ପାଇଁ ପ୍ରତ୍ୟେକ ଜିଲ୍ଲାକୁ କେତେଗୁଡ଼ିଏ ଉପଖଣ୍ଡ ବା ସବ-ଡିଭିଜନରେ, ପୁଣି ପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡ଼ିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି । ଏଠାରେ ଆପଣମାନେ ସମସ୍ତ ଜିଲ୍ଲା ଗୁଡିକ ସମ୍ପର୍କରେ ସବିଶେଷ ବିବରଣୀ ପାଇ ପାରିବେ ।

Sidebar