ଅକ୍ଷୟ ମହାନ୍ତି ଏବଂ ‘ଙ ଞ ଌ’

ଏକଦା ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଗାଳ୍ପିକ ସ୍ୱର୍ଗତ ଅକ୍ଷୟ ମହାନ୍ତି ଏବଂ ତାଙ୍କର ବନ୍ଧୁମାନେ ଆଲୋଚନା କରିଥିଲେ ଯେ କାହିଁକି ସେମାନଙ୍କ ଲେଖାଗୁଡିକ ଉଚ୍ଚକୋଟୀର ହୋଇଥିଲେ ମଧ୍ଯ ଓଡ଼ିଶାର ଅଗ୍ରଣୀ ପତ୍ରିକାଗୁଡିକରେ ପ୍ରକାଶିତ ହେଉନାହିଁ। ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯେହେତୁ ସେମାନଙ୍କ ଲେଖା ଗୁଡ଼ିକ “ଅପ୍ରଚଳିତ” ତେଣୁ ସେଗୁଡିକ ପ୍ରକାଶିତ ହୋଇପାରୁନାହିଁ।

ଶେଷରେ ସେମାନେ ନିଷ୍ପତ୍ତି ନେଲେ ଯେ ସେମାନେ ନିଜ ପ୍ରଚେଷ୍ଟାରେ ଏକ ପତ୍ରିକା ପ୍ରକାଶ କରିବେ ଏବଂ ସେଥିରେ ସେମାନଙ୍କ ଲେଖା ଗୁଡିକ ପ୍ରକାଶିତ ହେବ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା ଏବଂ ସେମାନଙ୍କ ଦ୍ବାରା ସମ୍ପାଦିତ ଏକ ପତ୍ରିକା ପ୍ରକାଶିତ ମଧ୍ୟ ହୋଇଥିଲା। ଏବଂ ଯେହେତୁ ଆର୍ଥିକ ସମ୍ବଳର ଅଭାବ ରହିଥିଲା, ଏହି ପତ୍ରିକାଟି “ଅନିୟମିତ” ଭାବରେ ପ୍ରକାଶିତ ହେବାର ସମ୍ଭାବନା ରହିଥିଲା।

ଏହି “ଅପ୍ରଚଳିତ” ଏବଂ “ଅନିୟମିତ” ଶବ୍ଦକୁ ଦୃଷ୍ଟିରେ ରଖି ସେମାନେ ଏହି ପତ୍ରିକାର ନାମ ରଖିଥିଲେ – “ଙ ଞ ଌ”। କାରଣ ଏହି ଅକ୍ଷର ଗୁଡିକ ଓଡ଼ିଆ ଭାଷାରେ “ଅପ୍ରଚଳିତ” ଏବଂ “ଅନିୟମିତ”। ଏହି ପତ୍ରିକାଟି ପରବର୍ତ୍ତୀ ସମୟରେ କିଛି ସମୟ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା ଏବଂ ଶେଷରେ ଏହାର ପ୍ରକାଶନ ବନ୍ଦ ମଧ୍ୟ ହୋଇଥିଲା। ମାତ୍ର ଏହାର ସ୍ମୃତି ଆଜି ମଧ୍ୟ ଉଜ୍ଜୀବିତ।

ଆପଣଙ୍କ ପାଖରେ ଯଦି ଏହି ପତ୍ରିକାର cover page ର ଫୋଟୋ ଅଛି, ତେବେ ଦୟାକରି ଏଠାରେ post କରିବାକୁ ଅନୁରୋଧ।

ଧନ୍ୟବାଦ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar