ମହାନ ବ୍ୟକ୍ତିତ୍ୱ

ବୀରପ୍ରସବିନୀ ଓଡ଼ିଶା ଅନେକ ସୁଯୋଗ୍ୟ ସନ୍ତାନଙ୍କୁ ଜନ୍ମ ଦେଇ ଗୌରବ ବିମଣ୍ଡିତ ହୋଇଛି । ସେମାନେ ସ୍ୱାଧୀନତା ସଂଗ୍ରାମ, ରାଜନୀତି, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରି ଏ ଦେଶ ତଥା ଜାତିର ଗୌରବ ବୃଦ୍ଧି କରିଛନ୍ତି । ଏଠାରେ ଆପଣମାନେ ସେହି ମହାନ ବ୍ୟକ୍ତିମାନଙ୍କର ସଂକ୍ଷିପ୍ତ ପରିଚୟ ସହିତ ସେମାନଙ୍କ ବିଷୟରେ ସମ୍ୟକ ସୂଚନା ପାଇପାରିବେ ।

ଅକ୍ଷୟ ମହାନ୍ତି ଏବଂ ‘ଙ ଞ ଌ’

ଏକଦା ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଗାଳ୍ପିକ ସ୍ୱର୍ଗତ ଅକ୍ଷୟ ମହାନ୍ତି ଏବଂ ତାଙ୍କର ବନ୍ଧୁମାନେ ଆଲୋଚନା କରିଥିଲେ ଯେ କାହିଁକି ସେମାନଙ୍କ ଲେଖାଗୁଡିକ ଉଚ୍ଚକୋଟୀର ହୋଇଥିଲେ ମଧ୍ଯ ଓଡ଼ିଶାର ଅଗ୍ରଣୀ ପତ୍ରିକାଗୁଡିକରେ ପ୍ରକାଶିତ ହେଉନାହିଁ। ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯେହେତୁ ସେମାନଙ୍କ ଲେଖା ଗୁଡ଼ିକ “ଅପ୍ରଚଳିତ” ତେଣୁ ସେଗୁଡିକ ପ୍ରକାଶିତ ହୋଇପାରୁନାହିଁ। ଶେଷରେ ସେମାନେ ନିଷ୍ପତ୍ତି ନେଲେ ଯେ ସେମାନେ ନିଜ ପ୍ରଚେଷ୍ଟାରେ ଏକ ପତ୍ରିକା ପ୍ରକାଶ କରିବେ ଏବଂ ସେଥିରେ ସେମାନଙ୍କ ଲେଖା… read more »

ବିଜୁ ପଟ୍ଟନାୟକଙ୍କ ପ୍ରିୟ ‘ରାଗ’

ଏକଦା ପ୍ରଖ୍ୟାତ ଗାୟକ ରାଧା ଗୋବିନ୍ଦ ପଟ୍ଟନାୟକ ଓ ପ୍ରଣବ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ କମ୍ପାନୀ କଳିଙ୍ଗ ଟ୍ୟୁବ୍ସରେ କାର୍ଯ୍ୟରତ ଥିଲେ । ସେତେବେଳେ ବିଜୁ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତି । କଳିଙ୍ଗ ଟ୍ୟୁବ୍ସରେ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ଯୋଗଦାନ କରିଥାନ୍ତି ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ଭୁବନେଶ୍ଵର ମିଶ୍ର, ରାଧା ଗୋବିନ୍ଦ ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ୍ ଓ ପାଞ୍ଚ ଜଣ ଆନୁଷଙ୍ଗିକ ବାଦକ ପ୍ରମୁହ । ଖୁବ୍… read more »

ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ – ରାଧା ଗୋବିନ୍ଦ ପଟ୍ଟନାୟକ

ଓଡ଼ିଶାର ସଙ୍ଗୀତ ଜଗତର ଆକାଶରେ ଅନେକ ଉଜ୍ଜ୍ବଳ ତାରକା ଉଦ୍ଭାସିତ ହୋଇଛନ୍ତି । ତନ୍ମଧ୍ୟରୁ ଅନ୍ୟତମ ହେଉଛନ୍ତି ସ୍ବର୍ଗତ ରାଧା ଗୋବିନ୍ଦ ପଟ୍ଟନାୟକ ଯିଏ କି ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର ‘ଯାଦୁଇ ରତନ’ ନିମିତ୍ତ ଏକ ଯୁଗଳ ଗୀତ ସେ ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟିକା ଗୀତା ଦତ୍ତଙ୍କ ସହିତ ରେକର୍ଡ଼ କରିଥିଲେ । ଚଳଚ୍ଚିତ୍ରଟି ୧୯୪୭ ମସିହାରେ ରିଲିଜ୍ ହୋଇଥିଲା… read more »

ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଜ୍ ପ୍ୟାରେ’ ମଧ୍ୟରୁ ଅନ୍ୟତମ – ଶ୍ରୀକ୍ଷେତ୍ର ପୁରୀର ଭାଇ ହିମ୍ମତ ସିଂହ

ସେଦିନ ଥିଲା ୧୬୯୯ ମସିହା ଏପ୍ରିଲ ମାସ ୧୩ ତାରିଖ ବୈଶାଖୀର ତିଥି । ପଞ୍ଜାବର ଆନନ୍ଦପୁର ଠାରେ ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ଡ଼ାକରାରେ ସନାତନ ଧର୍ମର ରକ୍ଷା ନିମନ୍ତେ ଖାଲସା ପନ୍ଥର ସ୍ଥାପନା ନିମିତ୍ତ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥାଏ । ଗୁରୁ ଗୋବିନ୍ଦ ସିଂହ ହାତରେ ଉନ୍ମୁକ୍ତ ଖଡ୍ଗଟିଏ ଧାରଣ କରି ହଠାତ୍ ଏକ ଘୋଷଣା କଲେ ଯେ ମା ଭଗବତୀଙ୍କ ପ୍ରିତ୍ୟାର୍ଥେ ତାଙ୍କର ଏକ ବଳି ଦରକାର ।… read more »

ପ୍ରସିଦ୍ଧ ଓଡ଼ିଆ ଟୀକାକାର ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ

ଯୁଗେ ଯୁଗେ ଅଲୌକିକତାରେ ପରିପୂର୍ଣ୍ଣ ଭାରତବର୍ଷର କାହାଣୀ । ଏପରି ଏକ କାହାଣୀ ସଂଗଠିତ ହୁଏ ବିଦ୍ୟାନଗରୀ କାଶୀରେ, ଚତୁର୍ଦ୍ଦଶ ଶତାବ୍ଦୀରେ । ତତ୍କାଳୀନ କାଶୀ ରାଜା ପ୍ରଜାମାନଙ୍କ ମଧ୍ୟରେ ଗୀତାଜ୍ଞାନ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ସରଳ ତଥା ସୁବୋଧ୍ୟ ଟୀକାର ପ୍ରଣୟନ ନିମନ୍ତେ ଏକ ପଣ୍ଡିତ ସମ୍ମିଳନୀର ଅୟୋଜନ କରିଥାଆନ୍ତି । ଏହି ସମ୍ମିଳନୀରେ ବିଭିନ୍ନ ଅଞ୍ଚଳରୁ ଅନେକ ପଣ୍ଡିତବର୍ଗ ଯୋଗଦାନ କରି ନିଜ ନିଜର ଟୀକା ଉପସ୍ଥାପନ କରିବାରେ ମନୋନିବେଶ… read more »

ବାରିଷ୍ଟର ମଧୁସୂଦନ ଦାସ

“ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।” ଉପରୋକ୍ତ ଢଗଟିକୁ ଏକ ସମୟରେ ପିଲାମାନେ ଉଚ୍ଚାରଣ କରୁଥିଲେ, ଜୀବନରେ ମଧୁବାବୁ ବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରି ଯୋଗ୍ୟ ହେବା ପାଇଁ । ତେବେ ତାଙ୍କ ସହିତ ଲଢ଼ିବା ପାଇଁ ସେହି ପିଲାମାନେ କେଉଁ ଦିଗରୁ ଯୋଗ୍ୟ ହେବାକୁ ଇଛା ପ୍ରକାଶ କରୁଥିଲେ ? ମଧୁବାବୁ କଣ ଏକ ଯୋଦ୍ଧା ଥିଲେ ? ନାଁ, ମଧୁବାବୁ… read more »

ସଂଗୀତ ନିର୍ଦେଶକ ଉପେନ୍ଦ୍ର କୁମାର

‘ମାଣିକ’, ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ସମର୍ପଣ’, ‘ପିପାସା’, ‘କୁଳଚନ୍ଦ୍ରମା’, ‘ଏ ନୁହେଁ କାହାଣୀ’, ‘ମନ ଆକାଶ’, ‘ଧରିତ୍ରୀ’, ‘ଅଲିଭା ଦାଗ’, ‘ପରିବାର’, ‘ପଳାତକ’, ‘ପୁନର୍ମିଳନ’ ଓ ‘ପତି ପତ୍ନୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦେଶନା ଦେଇଥିଲେ, ଓଡ଼ିଶାରେ ଜନ୍ମିତ ଜଣେ ଅଣ-ଓଡ଼ିଆ ସଂଗୀତ ନିର୍ଦେଶକ- ଉପେନ୍ଦ୍ର କୁମାର। ୧୮ ଜୁଲାଇ ୧୯୪୧ରେ ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡିରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଲକ୍ଷ୍ମଣ ସ୍ବାମୀ ଥିଲେ… read more »

ଅନନ୍ତ ପ୍ରସାଦ ପଣ୍ଡା

୧୯୦୬ ଜୁଲାଇ ୧୮ରେ ଜନ୍ମ ହୋଇଥିଲେ ଅନନ୍ୟ ସାରସ୍ବତ ସାଧକ ଅନନ୍ତ ପ୍ରସାଦ ପଣ୍ତା। ପିତା ଉମାକାନ୍ତ ଓ ମାତା ଗେହ୍ଲାମଣି ବହୁ ଦିନ ଧରି ନିଃସନ୍ତାନ ଥିଲେ। ‘ଅନନ୍ତ ବ୍ରତ’ ପାଳନ କରି ପୁତ୍ର ସନ୍ତାନ ଲାଭ କରିବାରୁ, ନାମ ରଖାଯାଇଥିଲା ଅନନ୍ତ ପ୍ରସାଦ। ଅନନ୍ତ ପ୍ରସାଦ ଏକଧାରରେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ, ନାଟ୍ୟକାର ଓ ଅନୁବାଦକ ଥିଲେ ହେଁ ନିଜକୁ ମୁଖ୍ୟତଃ ଗାଳ୍ପିକ ବୋଲାଇବାକୁ ଅଧିକ ଭଲପାଉଥିଲେ। ଏ ସ˚ପର୍କରେ ନିଜେ ଲେଖିଥିଲେ-… read more »

ଭୈରବ ମହାନ୍ତି

ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର କ୍ରୀଡ଼ା ଜଗତ୍‌ର ‘ଧର୍ମପିତା’ କହାଯାଏ। ଆମ ରାଜ୍ୟର ଖେଳ ଦୁନିଆରେ ତାଙ୍କୁ ଜଣେ ବ୍ୟକ୍ତି ନୁହେଁ, ଅନୁଷ୍ଠାନ ରୂପେ ବିଚାର କରାଯାଏ। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ବଳରେ କ୍ରୀଡ଼ାର ଉନ୍ନତି ଓ ଅଗ୍ରଗତି ହୋଇଥିଲା। ସେ ଥିଲେ ଏକଧାରରେ ରାଜନୀତିଜ୍ଞ, ସାମ୍ବାଦିକ, ଖେଳାଳି ଓ ଖେଳ ସ˚ଗଠକ। ଆଜୀବନ ଖେଳର ବିକାଶ ଓ ପ୍ରଚାର-ପ୍ରସାର ପାଇଁ କାର୍ଯ୍ୟ କରିଥିଲେ।… read more »

‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ। ତାଙ୍କ ଦ୍ବାରା ପ୍ରକାଶିତ-ସ˚ପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର। ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର। ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ବ ଦେଇଥିଲା। ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ। ଭାଷା ସୁରକ୍ଷା ଆନ୍ଦୋଳନ କାଳରେ ‘ଉତ୍କଳ ଦୀପିକା’… read more »

Sidebar