କଳିଙ୍ଗ ରାଜ ପ୍ରଶସ୍ତି ଓ ସମ୍ରାଟ ଖାରବେଳ

ଓଡ୍ର/କଳିଙ୍ଗ/ଉତ୍କଳର ରାଜାମାନେ ନିଜର ବୀରତା ତଥା ସାହସିକତା ପାଇଁ ସୁପ୍ରସିଦ୍ଧ ଥିଲେ । ସେଥିପାଇଁ କୁହାଯାଇଛି ଯେ – “କଳିଙ୍ଗାଃ ସାହସିକାଃ ।” ଉତ୍କଳୀୟ ସୂର୍ଯ୍ୟ ବଂଶର ଗଜପତି ମହାରାଜାମାନଙ୍କ ଶୌର୍ଯ୍ୟାର୍ଜିତ ଉପାଧିରେ ସେମାନଙ୍କର ପ୍ରଶସ୍ତି, ଗୌରବ ତଥା ପରାକ୍ରମ ପ୍ରତିଫଳିତ ହୁଏ । ଯଥା –
“ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ପ୍ରବଳ ପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ….. ”
କିନ୍ତୁ ଆମକୁ ହୁଏତ ଜଣା ନଥିବ ତତ୍ ସଦୃଶ ଏକ ଉପାଧି ବା ରାଜ ପ୍ରଶସ୍ତି ଆମର ଚକ୍ରବର୍ତ୍ତୀ ସମ୍ରାଟ ଖାରବେଳଙ୍କର ଥିଲା କି ନାହିଁ । ଆମେ କେବଳ ଏତିକି ଜାଣୁ ଯେ ଖାରବେଳଙ୍କର ଉପାଧି ଥିଲା “ମହାମେଘବାହନ ଐର” । ଏତଦବ୍ୟତୀତ ତାଙ୍କ ସମ୍ପର୍କିତ ଅନ୍ୟ କିଛି ଉପାଧି ଯଦି ଥାଏ ସେ ସମ୍ଵନ୍ଧରେ ଆମେ ହୁଏତ ଅଜ୍ଞ । ତେବେ ସମ୍ରାଟ ଖାରବେଳଙ୍କ ପ୍ରଶସ୍ତି ସମ୍ପର୍କିତ ଶିଳାଲେଖ ଭୁବନେଶ୍ୱରସ୍ଥ ଉଦୟଗିରିର ହାତୀଗୁମ୍ଫାରେ ଦେଖିବାକୁ ମିଳିଥାଏ । ୧୭ ଧାଡ଼ିର ଏହି ଶିଳାଲେଖରେ ତାଙ୍କର ଜୀବନୀ ତଥା ଯୁଦ୍ଧ ଅଭିଯାନର ବିଶେଷ ବର୍ଣ୍ଣନା ରହିଛି ଯେଉଁଥିରୁ କିଛି ଉଦ୍ଧୃତ ଶବ୍ଦର ବ୍ୟବହାର କରି ଆମେ ତାଙ୍କ ସମ୍ପର୍କିତ ଏକ ରାଜ ପ୍ରଶସ୍ତିର କଳ୍ପନା କରିପାରିବା ଯାହାକି ନିମ୍ନରେ ପ୍ରଦତ୍ତ –
“ରାଜର୍ଷି ବସୁ କୁଳ ବିନିସୃତ କଳିଙ୍ଗାଧିପତି ବିଶେଷ-ଗୁଣୀ କୁଶଳୀ ସର୍ବ-ପାର୍ଷଦ ପୂଜକ ସର୍ବ-ଦେବାୟତନ ସଂସ୍କାରକାରକ ନ୍ୟାୟ-ଧାରକ ନ୍ୟାୟ-ରକ୍ଷକ ନ୍ୟାୟ-ପାଳକ ଅପ୍ରତିହତ ଚକ୍ର ବାହିନୀ-ବଳୀ କ୍ଷେମ ରାଜା ଭିକ୍ଷୁ ରାଜା ଧର୍ମ ରାଜା ପ୍ରବଳ ପ୍ରତାପୀ ମହାବିଜୟୀ ମହାରାଜା ମହାମେଘବାହନ ଐର ଶ୍ରୀ ଖାରବେଳ”
[ସମ୍ରାଟ ଖାରବେଳଙ୍କ ସଂଲଗ୍ନ ଚିତ୍ର କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ସୃଷ୍ଟ ।]

Comments
So empty here ... leave a comment!