ହାତୀ ଗୁମ୍ଫା ଶିଳାଲେଖ (ଭାଗ-୨)

ଉଦୟଗିରିର ହାତୀଗୁମ୍ଫାରେ ୧୭ ଧାଡ଼ିର ଏକ ଶିଳାଲେଖ ଦେଖିବାକୁ ମିଳିଥାଏ ଯାହାକି ପାଲି ଭାଷାରେ ବର୍ଣ୍ଣିତ ତଥା ବ୍ରାହ୍ମୀ ଲିପିରେ ଖୋଦିତ । ଏହା ସିଧାସଳଖ ୬ ମାଇଲ ଦୂରରେ ଅବସ୍ଥିତ ଧଉଳି ଆଡ଼କୁ ମୁହଁ କରି ରହିଛି ଯେଉଁଠି ଅଶୋକଙ୍କ ଶିଳାଲେଖ ଦେଖିବାକୁ ମିଳିଥାଏ । ସାଙ୍କେତିକ ଭାବେ ଏହା ମଗଧ ସାମ୍ରାଜ୍ୟ ଉପରେ କଳିଙ୍ଗ ସାମ୍ରାଜ୍ୟର ପୁନଃସ୍ଥାପିତ ଶ୍ରେଷ୍ଠତ୍ୱକୁ ବୁଝାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶୋକଙ୍କ ନେତୃତ୍ୱରେ ଏକଦା ମଗଧ ସୈନ୍ୟବାହିନୀ କଳିଙ୍ଗକୁ ଭୟାବହ ଯୁଦ୍ଧରେ ପରାସ୍ତ କରି ଏହା ଉପରେ ଆଧିପତ୍ୟ ବିସ୍ତାର କରିଥିଲା, ମାତ୍ର ଅନେକ ଦଶନ୍ଧି ପରେ ମହାରାଜା ଖାରବେଳଙ୍କ ନେତୃତ୍ୱରେ କଳିଙ୍ଗ ସୈନ୍ୟବାହିନୀ ମଗଧ ଉପରେ ପୁନଃ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ନିଜର ହୃତଗୌରବ ଫେରିପାଇଥିଲା ।
ଏହି ଶିଳାଲେଖ ବିଭିନ୍ନ ଗବେଷକଙ୍କ ମତରେ ମହାରାଜା ଖାରବେଳଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ତଥା ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୧ମ ଶତାବ୍ଦୀ ମଧ୍ୟରେ ଖୋଦିତ ବୋଲି ଅନୁମାନ କରାଯାଏ । ଏହା ମହାରାଜା ଖାରବେଳଙ୍କ ଉପରେ ଉପଲବ୍ଧ ତଥ୍ୟଗୁଡିକର ମୁଖ୍ୟ ଆଧାର ।
ଶିଳାଲେଖ –
୪ର୍ଥ ଧାଡ଼ି (ମୂଳ ପାଲି)
कारयति पनतिसाहि सतसहसेहि पकतियो च रंजयति [।।] दुतिये च बसे अचितयिता सातकनि [ • ] पछिमदिसं हय गज नर रध बहुलं दंडं पठापयति [।।] कन्हबेंणा गताय च सेनाय वितासिति असिक नगरं [।।] ततिये पुन बसे
୪ର୍ଥ-୫ମ ଧାଡ଼ି (ସଂସ୍କୃତ ଅନୁବାଦ)
द्वितीये च वर्षे अचिन्तयित्वा शातकर्णीं पश्चिमदिशं हय-गज-नर-रथ वहुलं दंडं प्रस्थापयति ।। कृष्णबेणी गतैः सेनाभिः वित्रासयति असिक नगरं ।। पुनः तृतीये वर्षे गांधर्व वेद बुधः दर्प-नृत्य-गीत-वादित्र सन्दर्शनैः उत्सव-समाज करणैः च क्रीड़ापयति नगरीं ।।

୫ମ ଧାଡ଼ି (ମୂଳ ପାଲି)
गंधब बेद वुधो दप नत गीत वादित संदसनाहि उसब समाज कारापनाहि च कीड़ापयति नगरिं [।।] तथा चवुथे बसे बिजाधराधिबासं अहत पुबं कलिंग पुबराज निबेसितं …… बितध मकुट स च निखित छत
୫ମ-୬ଷ୍ଠ ଧାଡ଼ି (ସଂସ୍କୃତ ଅନୁବାଦ)
तथा चतुर्थे वर्षे विद्याधराधिवासं अहत पूर्वं कलिंगपूर्वराज निवेसितं …… वित्रस्त मुकुट विलुण्ठितै श्च निक्षिप्त छत्र भृङ्गारैः हृत रत्न संपत्तिभिः सर्व राष्ट्रिक भोजकैः पादौ वन्दापयती ।।

୬ଷ୍ଠ ଧାଡ଼ି (ମୂଳ ପାଲି)
भिंगारे हित रतन सापतेये सब रठिक भोजके पादे बंदापयति [।।] पंचमे च दानी बसे नंदराज तिबस सत ओघाटितं तनसुलिय बाटा पनाडिं नगरिं पबेस [य] ति ………… [।।] अभिसितो च [छठे] बसे राजसेयं संदंसयं तो सबकरबण
୬ଷ୍ଠ-୭ମ ଧାଡ଼ି (ସଂସ୍କୃତ ଅନୁବାଦ)
पन्चमे च वर्षे इदानीं नंदराज त्रिशत वर्षोद्घाटितां तनसुलिय वर्त्मनः प्रणालीं नगरीं प्रवेशयति ………… ।। अभिषिक्तः च षष्ठेवर्षे राजैश्वर्यं सन्दर्शयन् सर्वकरपणानुग्रहाणि अनेकानि शत सहस्राणि विसृजति पौरजानपदं (उद्दीश्य) ।।


Comments
So empty here ... leave a comment!