ମୃତ୍ୟୁଞ୍ଜୟ ରଥ

ଊନବି˚ଶ ଶତାବ୍ଦୀରେ ଓଡ଼ିଶାରେ ଅଧିକରୁ ଅଧିକ ସ˚ଖ୍ୟକ ଛାପାଖାନା ବସିବା ସହ ଅନୁବାଦ ସାହିତ୍ୟର ପ୍ରସାର ଘଟିଥିଲା। ଏ ବାବଦରେ ଅଗ୍ରଗଣ୍ୟ ଥିଲେ ଫକୀରମୋହନ ସେନାପତି। ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ନେବା ସହ ସେ ଅନୁବାଦକୁ ମଧ୍ୟ ଗୁରୁତ୍ବ ଦେଇଥିଲେ। ତାଙ୍କ ପରେ ପରେ ଅନେକ ଏହାର ଗୁରୁତ୍ବ ଉପଲବ୍‌ଧି କରିଥିଲେ। ସେମାନଙ୍କ ମଧ୍ୟରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଅନ୍ୟତମ। ସେ ‘ବିକ୍ରମୋର୍ବଶୀ’, ‘ମୁଦ୍ରାରାକ୍ଷସ’, ‘ମୃଚ୍ଛକଟିକ’, ‘ବେଣୀ ସ˚ହାର’, ‘କୁମାର ସ˚ଭବ’, ‘ମାଳତୀ ମାଧବ’ ପରି ବହୁ ସ˚ସ୍କୃତ ଗ୍ରନ୍ଥର ଅନୁବାଦ କରିଥିଲେ। ‘ଅଦ୍ଭୁତ ପରିଣାମ’ ନାମକ ଉପନ୍ୟାସ ରଚନା କରିଥିଲେ। ତାଙ୍କ ଦ୍ବାରା ରଚିତ ଅନ୍ୟ ପୁସ୍ତକ ମଧ୍ୟରେ ‘ନାରୀ ଦର୍ପଣ’, ‘କର୍ମଯୋଗୀ ଗୌରୀଶଙ୍କର’, ‘ଶାରଳା ଚରିତ’, ‘ସରଳ ଓଡ଼ିଆ ଅଭିଧାନ’, ‘ସୁଖବୋଧ ବ୍ୟାକରଣ’ ଆଦି ଉଲ୍ଲେଖଯୋଗ୍ୟ। ସେ ଅନେକ ପ୍ରାଚ୍ୟ ତତ୍ତ୍ବ ଓ ଭାଷା ତତ୍ତ୍ବ ଆଲୋଚନା କରିଥିଲେ। ଯୁବାବସ୍ଥାରେ ମାତ୍ର ସତତିରିଶ ବର୍ଷ ବୟସରେ ଓଡ଼ିଆ ସାହିତ୍ୟ ଜଗତ୍‌ର ଏହି ନିଷ୍ଠାପର ସେବକଙ୍କ ଦେହାନ୍ତ ହେବାରୁ ଆମ ସାହିତ୍ୟର ଅପୂରଣୀୟ କ୍ଷତି ହୋଇଥିଲା। ୧୮୮୨ ମେ ୧୪ରେ ବାଳକାଟିରେ ଏହି ଭାଷାଭିଜ୍ଞ ପଣ୍ତିତ ଜନ୍ମ ହୋଇଥିଲେ। ୧୯୨୪ ଏପ୍ରିଲ୍‌ ୧୦ରେ ମୃତ୍ୟୁଞ୍ଜୟଙ୍କ ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar