ପ୍ରଫେସର୍‌ ତ୍ରିବିକ୍ରମ ପତି

ପ୍ରସିଦ୍ଧ ଇଲାହାବାଦ ବିଶ୍ବବିଦ୍ୟାଳୟର କୁଳପତି ପଦ ଅଳ˚କୃତ କରିଥିବା ପ୍ରଥମ ଓଡ଼ିଆ ହେଉଛନ୍ତି ପ୍ରଫେସର‌୍‌ ତ୍ରିବିକ୍ରମ ପତି। କଟକ ସହରରେ ଜନ୍ମ ହୋଇଥିବା ଏହି ଗଣିତ ବିଶାରଦଙ୍କ ଏକ ପରିଚୟ ହେଉଛି ସେ ‘ଉତ୍କଳମଣି’ ଗୋପବନ୍ଧୁଙ୍କ ନାତି। ଶୈଶବରୁ ସେ ଥିଲେ ଅତି ମେଧାବୀ। ମାତ୍ର ଚବିଶ ବର୍ଷ ବୟସରେ ଇଲାହାବାଦ ବିଶ୍ବବିଦ୍ୟାଳୟରୁ ଡକ୍‌ଟରେଟ୍‌ ଇନ୍‌ ଫିଲୋସଫି ଉପାଧି ପାଇଥିଲେ। ପୁଣି ସେ ହେଉଛନ୍ତି ଡକ୍‌ଟର‌୍‌ ଅଫ୍‌ ସାଇନ୍‌ସ ଉପାଧି ଲାଭ କରିଥିବା ଏହି ବିଶ୍ବବିଦ୍ୟାଳୟର କନିଷ୍ଠତମ ଅଧ୍ୟାପକ।

ପ୍ରଫେସର‌୍‌ ପତି ଦେଢ଼ ଶହ ବର୍ଷ ଧରି ଅସମାହିତ ରହିଆସିଥିବା ଗାଣିତିକ ସିଦ୍ଧାନ୍ତ ‘ରିମାନ୍‌ ହାଇପୋଥେସିସ୍‌’ର ସମାଧାନର ସୂତ୍ର ବାହାରକରି ସାରା ବିଶ୍ବରେ ଚର୍ଚ୍ଚିତ ହୋଇଥିଲେ। ନିଜ ଜୀବନ କାଳରେ ସେ ପ୍ରାୟ ଦେଢ଼ ଶହ ଅସମାହିତ ଗଣିତର ସମାଧାନ କରିଥିବା ଗାଣିତଜ୍ଞ। ଗଣିତ ଭିନ୍ନ ସ˚ସ୍କୃତ ଭାଷା-ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ପ୍ରବେଶ ଥିଲା। ଏହି ବିଶେଷ ଯୋଗ୍ୟତା ଯୋଗୁଁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସ˚ସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିଲେ। ଓଡ଼ିଆ, ହିନ୍ଦୀ, ସ˚ସ୍କୃତ ଓ ଉର୍ଦୂରେ ସେ କବିତା ଲେଖିଯାଇଛନ୍ତି। ଚିତ୍ରାଙ୍କନ ଓ ଡାକ ଟିକେଟ୍‌ ସ˚ଗ୍ରହ ଥିଲା ତାଙ୍କର ଅନ୍ୟ ରୁଚି। ବ୍ୟକ୍ତିଗତ ଜୀବନରେ ପ୍ରଫେସର‌୍‌ ପତି ଥିଲେ ଅତ୍ୟନ୍ତ ସରଳ। ନିରାଡ଼ମ୍ବର ଜୀବନ ଯାପନ କରୁଥିଲେ। ୨୦୦୮ ଜୁଲାଇ ୨ରେ ଇଲାହାବାଦରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar