ଗୋପାଳ ଘୋଷ

ଓଡ଼ିଆ ଚଳଚ୍ଚିତ୍ରର ବିକାଶକୁ ତ୍ବରାନ୍ବିତ କରିଥିବା କଳାକାର ଓ କଳା ପ୍ରେମୀ ଥିଲେ ଗୋପାଳ ଘୋଷ। ମାତ୍ର ଛଅ ବର୍ଷ ବୟସରେ ଆରମ୍ଭ ହୋଇଥିଲା, ତାଙ୍କର କଳାକାର ଜୀବନ। ପିତା ଥିଲେ ଡାକ୍ତର। ତାଙ୍କର ମଧ୍ୟ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହ ଥିଲା। ତେବେ, ସୁଯୋଗର ଅଭାବ ତାଙ୍କୁ ଭିନ୍ନ କ୍ଷେତ୍ରରେ ପ୍ରବେଶ କରାଇଲା।
କଳା-ଅଭିନୟକୁ ପେସା କରିବା ପୂର୍ବରୁ ସେ କଲକାତାରେ କିଛି କାଳ ଚାହା ଏବଂ ଔଷଧ ବ୍ୟବସାୟ କରିଥିଲେ। ମେଡିସିନ୍ ରିପ୍ରେଜେଣ୍ଟିଭ୍ ତଥା ବୀମା କ˚ପାନିର ଏଜେଣ୍ଟ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ‘ଭାରତୀ ଥିଏଟର୍ସ୍’ ଓ ‘ଜନତା ର˚ଗମଞ୍ଚ’ରେ ସେ ଶତାଧିକ ନାଟକରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତାହା ପରେ ବେତାର ନାଟକ।
୧୯୫୦ରେ ମୁକ୍ତିଲାଭ କରିଥିବା ‘ଶ୍ରୀଜଗନ୍ନାଥ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଏଥିରେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରିଥିଲେ। ତିନି ବର୍ଷ ପରେ ଦ୍ବିଭାଷୀ ଚଳଚ୍ଚିତ୍ର ‘ଆମରି ଗାଁ ଝିଅ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଭିନେତା ସଙ୍ଗକୁ ଗୋପାଳ ଥିଲେ ସ˚ଳାପ ଲେଖକ, ପ୍ରଯୋଜକ ଓ ନିର୍ଦେଶକ। ତାଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିଲା ‘ଭାଇ ଭାଉଜ’, ‘ଘର ସ˚ସାର’, ‘ଅମର ପ୍ରେମ’ ଆଦି ସୁପ୍ରସିଦ୍ଧ ଚଳଚ୍ଚିତ୍ର। ସେ ଗୁଡ଼ିଏ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ତିଆରି କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତ୍କୁ ବିଶେଷ ଅବଦାନ ପାଇଁ ସେ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର, ଓଡ଼ିଶା ସ˚ଗୀତ ନାଟକ ଏକାଡେମି ପୁରସ୍କାର। ୧୯୨୦ ମେ ୧ ତାରିଖରେ ରଘୁନାଥପୁରରେ ସେ ଜନ୍ମ ହୋଇଥିଲେ।

Comments
So empty here ... leave a comment!