ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ

କାର୍ତ୍ତିକ ଘୋଷ ଥିଲେ ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ। ରଙ୍ଗମଞ୍ଚ ପରିଚାଳନା ଓ ଚଳଚ୍ଚିତ୍ର ନିର୍ମାଣ ସହ ମଧ୍ୟ ସେ ସ˚ପୃକ୍ତ ଥିବା ବହୁ ପ୍ରତିଭା ସ˚ପନ୍ନ ପେସାଦାର। ୨୩ ଅକ୍ଟୋବର୍ ୧୯୦୩ରେ କଟକରେ ସେ ଜନ୍ମ ହୋଇଥିଲେ। ଗାନ୍ଧୀଜିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଇ˚ରେଜ ବିରୋଧୀ ଆନ୍ଦୋଳନରେ ଭାଗନେବାରୁ ମହାବିଦ୍ୟାଳୟ ଶିକ୍ଷା ଶେଷ କରିପାରି ନ ଥିଲେ। ବାଲ୍ୟ ଜୀବନ କଟିଥିଲା ଏକ ସା˚ସ୍କୃତିକ ପରିବେଶରେ।
ଶୈଶବରେ ହିଁ ଅଭିନୟ ଓ ନାଟ୍ୟ ପ୍ରତି ଆଗ୍ରହୀ ହୋଇଥିଲେ। ପେସାଦାର ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ କଲକାତାରେ ସେ କିଛି କାଳ ଚାକିରି କରିଥିଲେ। ତାହା ପରେ ପୁରୀରେ ପାରିବାରିକ ବହି ଦୋକାନ ‘ଅକ୍ଷୟ ଭଣ୍ତାର’ର ପରିଚାଳନା ଦାୟିତ୍ବ ତୁଲାଇଥିଲେ। ହେଲେ ମନ ଥିଲା ମଞ୍ଚରେ, ଅଭିନୟରେ। ଏକ ସଙ୍ଗେ ବ୍ୟବସାୟୀ ଓ କଳାକାର ଜୀବନ ଗଡ଼ିଥିଲା। ‘ରାଧାକୃଷ୍ଣ ଥିଏଟର୍’, ‘ଅନ୍ନପୂର୍ଣ୍ଣା’ ଓ ‘ଜନତା ର˚ଗମ˚ଚ’ ଆଦିରେ ନିୟମିତ ଅଭିନୟ କରି ସେ ଅଭିଜ୍ଞ ହୋଇଥିଲେ।
‘ଶ୍ରୀଜଗନ୍ନାଥ’ କାର୍ତ୍ତିକଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଫିଲ୍ମ। ଏହା ପୂର୍ବରୁ ସେ ଏକ ବାଂଲା ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ। ‘ମାଟିର ମଣିଷ’, ‘କେଦାର-ଗୌରୀ’, ‘ପରିଣାମ’, ‘ଆମରି ଗାଁ ଝିଅ’, ‘ସୀତା ଲବକୁଶ’ ଆଦି କାର୍ତ୍ତିକ ଅଭିନୀତ ପ୍ରସିଦ୍ଧ ଚଳଚ୍ଚିତ୍ର। ମ˚ଚ, ବେତାର ଓ ଫିଲ୍ମ- ସର୍ବତ୍ର ଛାପଛାଡ଼ିଯାଇଥିବା କଳାକାର ସେ। କଲକାତାରେ ଥିବା ବେଳେ ସେ ନୃତ୍ୟ ଶିକ୍ଷା କରିଥିଲେ। ଗ୍ରାମ୍ଫୋନ୍ ରେକର୍ଡ୍ ପାଇଁ କଣ୍ଠଦାନ କରିଥିଲେ। ଗୀତିକାର ଭାବେ ଲେଖିଥିଲେ- ‘ଆଜି ଆକାଶେ କି ର˚ଗ ଲାଗିଲା..’। ସେ ବହୁ ପୁସ୍ତକର ରଚୟିତା। ଜଣେ ସଫଳ ନାଟ୍ୟକାର। ୧୯୯୭ ମେ ୧୯ରେ ଏହି ମହାନ୍ କଳାକାରଙ୍କ ପରଲୋକ ହୋଇଥିଲା।

Comments
So empty here ... leave a comment!