ପର୍ବପର୍ବାଣି

ଶ୍ରୀମନ୍ଦିରସ୍ଥ ଈଶାନେଶ୍ବର ଦେବଙ୍କର ରଥଯାତ୍ରା ବା ଶୈବ ଗୁଣ୍ଡିଚା

ଶ୍ରୀକ୍ଷେତ୍ରର ଲୋକପ୍ରିୟ ଚତୁର୍ବିଧ ଗୁଣ୍ଡିଚା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ଐଶାନ୍ୟ କୋଣରେ ଅବସ୍ଥିତ ଐଶାନେଶ୍ବର ବା ଈଶାନେଶ୍ବର ମହାଦେବଙ୍କର ରଥଯାତ୍ରା ଅନ୍ୟତମ ଯାହାକି ଶୈବ ଗୁଣ୍ଡିଚା ନାମରେ ଖ୍ୟାତ । ଅନ୍ୟ ତିନୋଟି ଗୁଣ୍ଡିଚା ଯାତ୍ରା ଗୁଡିକ ହେଲା – ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା, ମା ବିମଳାଙ୍କ ରଥଯାତ୍ରା ବା ଶାକ୍ତ ଗୁଣ୍ଡିଚା (ଦେବୀ ଗୁଣ୍ଡିଚା) ଓ ସୂର୍ଯ୍ୟଦେବଙ୍କ ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା । ଜନଶ୍ରୁତି ଅନୁସାରେ ଈଶାନେଶ୍ବର ମହାଦେବ ହେଉଛନ୍ତି… read more »

ନବକଳେବରରେ ପାଳିତ ନ୍ୟାସଦାରୁଙ୍କର ଗୋପନୀୟ ରଥଯାତ୍ରା

ପୂଣ୍ୟଭୂମି, ଦେବଭୂମି ଉତ୍କଳ ପ୍ରଦେଶରେ ପାଳିତ ହେଉଥିବା ବିବିଧ ରଥଯାତ୍ରା ଗୁଡିକ ମଧ୍ୟରେ ସବୁଠାରୁ ରହସ୍ୟମୟ ତଥା ଗୋପନୀୟ ରଥଯାତ୍ରା ହେଉଛି ନବକଳେବର ସମୟରେ ଶ୍ରୀମନ୍ଦିରର ଭିତର ବେଢ଼ାରେ ଅନୁଷ୍ଠିତ ହେଉଥିବା ନ୍ୟାସଦାରୁଙ୍କର ରଥଯାତ୍ରା । ଏହି ରଥଯାତ୍ରା ବିଧି ମହାପ୍ରଭୁଙ୍କର ନବକଳେବର ସମୟରେ ପାଳିତ ହେଉଥିବା ନୀତି ଗୁଡିକର ଏକ ଅଂଶ, ଯେଉଁଥିରେକି ମହାପ୍ରଭୁଙ୍କର କିଛି ନିର୍ଦ୍ଦିଷ୍ଟ ସେବକଗଣ ହିଁ ଅଂଶଗ୍ରହଣ କରିଥାନ୍ତି ଏବଂ ସାଧାରଣ ଜନତାଙ୍କ ଅଗୋଚରରେ ଏହି ନୀତି ଅତି ଗୋପନୀୟ ଭାବରେ… read more »

ଓଡ଼ିଶାରେ ଶ୍ରୀରାମଙ୍କ ସ୍ମୃତି ଓ ଶ୍ରୀରାମ ନବମୀ ପର୍ବ

ଶ୍ରୀଜୟଦେବ ତାଙ୍କର ମହାନ କାବ୍ୟ ଗୀତଗୋବିନ୍ଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି – ଵିତରସି ଦିକ୍ଷୁ ରଣେ ଦିକ୍ପତି କମନୀୟମ୍ । ଦଶମୁଖମୌଳିବଳିଂ ରମଣୀୟମ୍ ।। କେଶଵ ଧୃତରାମଶରୀର ଜୟ ଜଗଦୀଶ ହରେ ।। ଅର୍ଥାତ୍ – ଜଗତର ସ୍ୱାମୀ କେଶବଙ୍କର ଜୟ ହେଉ ଯେ ରାମଙ୍କ ଶରୀର ଧାରଣ କରି ଦଶଦିଗର କମନୀୟ ଦିଗପତି ମାନଙ୍କୁ ରମଣୀୟ ଅର୍ପଣ ପୂର୍ବକ ରାବଣର ଦଶ ଶୀରକୁ ପ୍ରଦାନ କରିଥିଲେ । ତେଣୁ ଉକ୍ତ କାବ୍ୟରେ କବି… read more »

ଶ୍ରୀକ୍ଷେତ୍ରରେ ସାହିଯାତ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ବହୁଳ ଭାବରେ ଦେଖିବାକୁ ମିଳିଥାଏ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ‘ସାହି ଯାତ’ ପରମ୍ପରା । ଏହି ଯାତ୍ରା ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ଠାରୁ ବୈଶାଖ ମାସ କୃଷ୍ଣପକ୍ଷ ଦ୍ଵିତୀୟା ପର୍ଯ୍ୟନ୍ତ ପାଳିତ ହୁଏ ଯେଉଁଥିରେ କି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିବିଧ ଲୀଳା ପାରମ୍ପରିକ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ଏବଂ ଲୋକବାଦ୍ୟ ମାଧ୍ୟମରେ ସମ୍ପାଦିତ ହୁଏ । ଏହି ଯାତ୍ରା ରାମ ଜନ୍ମ… read more »

Sidebar